fbpx

ବୃଦ୍ଧ ବୟସରେ ପର କରିଦେଲେ ଜନ୍ମକଲା ପିଲା, ଏବେ ବଞ୍ଚିବା ପାଇଁ ରାସ୍ତାରେ କଡରେ ବିକୁଛନ୍ତି ପେଣ୍ଟିଂ

Advertisement

କୋଲକାତା: ଗତ ବର୍ଷ ଠାରୁ କରୋନା ମହାମାରୀ ଆରମ୍ଭ ସାରା ଦେଶରେ କାୟା ମେଲଇବା ଆରମ୍ଭ କରିଥିଲା । ଆଉ ତାପରଠାରୁ ମହାମାରୀରେ ଲୋକେ ହନ୍ତସନ୍ତ ହେଉଛନ୍ତି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଲକଡାଉନ୍ ଏବଂ ସଟଡାଉନ୍ ଲାଗୁ କରିଛନ୍ତି । ତେବେ ଏହି ସମୟରେ ବିଭିନ୍ନ ଲୋକ ସେମାନଙ୍କର ଜୀବିକା ହରାଇବା ସହିତ ଅତ୍ୟନ୍ତ ଗରିବ ଶ୍ରେଣୀକୁ ଚାଲି ଆସିଛନ୍ତି । ବର୍ତ୍ତମାନ ତଥା ଚଳିତ ବର୍ଷ ମହାମାରୀର ଦ୍ୱିତୀୟ ଲହର ଆହୁରି ସ୍ଥିତିକୁ ବିଗାଡି ଦେଇଛି । ତେବେ ଏହା ଭିତରେ କୋଲକାତାରୁ ଜଣେ ବୟସ୍କ ବ୍ୟକ୍ତିଙ୍କ ଦୁଃଖଭରା କାହାଣୀ ହୃଦୟକୁ ତରଳାଇ ଦେଇଛି । ସେ ବର୍ତ୍ତମାନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ତାଙ୍କର ସ୍ଥିତି ଏପରି ହୋଇଯାଇଛି ଯେ, ବୃଦ୍ଧ ବୟସରେ ସେ ଦିନକୁ ଦୁଇ ବେଳା ଖାଇବା ଯୋଗାଡ କରିବା, ତାଙ୍କ ପାଇଁ କାଠିକର ପାଠ ହୋଇଯାଇଛି ।

ସେ ହେଉଛନ୍ତି ସୁନୀଲ ପଲ୍ । କୋଲକାତାରେ ସେ ରହୁଥିବା ବେଳେ କୋଭିଡ୍ ପାଇଁ ଲକଡାଉନ୍ ଲାଗୁ ହୋଇଥିବାରୁ ସେ ନାନା ଅସୁବିଧା ଦେଇ ଗତି କରୁଛନ୍ତି । ଲକଡାଉନ ସମୟରେ ବି ଖାଇବା ଦି ମୁଠା ଯୋଗାଡ କରିବା ପାଇଁ ରାସ୍ତା କଡାରେ କିଛି ପେଣ୍ଟିଂ ବିକ୍ରି କରୁଛନ୍ତି । ଆଉ ସେସବୁ କୁ ସେ ନିଜେ ପ୍ରସ୍ତୁତ କରୁଛନ୍ତି । ତାକୁ ମାତ୍ର ୫୦ ରୁ ୧୦୦ ଟଙ୍କା ଭିତରୋ ବିକ୍ରି କରୁଛନ୍ତି । ଏନେଇ କୋଲକାତାର ଜଣେ ବ୍ୟକ୍ତି ଟୁଇଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଉକ୍ତ ବୃଦ୍ଧ କଳାକାର ଜଣକ ଲକଡାଉନ୍ ସମୟରେ ରାସ୍ତାରେ ଖୁବ୍ ସୁନ୍ଦର କଳାକୃତି ତଥା ପେଣ୍ଟିଂ ତିଆରି କରି ବିକ୍ରି କରୁଛନ୍ତି । କାରଣ ତାଙ୍କ ପିଲାମାନେ ତାଙ୍କୁ ଘରୁ ବାହାର କରି ଦେଇଛନ୍ତି । ତେଣୁ ସେ ଏବେ ପେଟକୁ ଖାଇବା ଯୋଗାଡ କରିବାକୁ ସଂଘର୍ଷ କରୁଛନ୍ତି । ତେଣୁ ଦୟା କରି ସେ ପେଣ୍ଟିଂ ଗୁଡିକୁ କିଣନ୍ତୁ ଏବଂ ଚଳିବାରେ ତାଙ୍କୁ ସାହାଯ୍ୟ କରନ୍ତୁ । ତେବେ ଉକ୍ତ ୟୁଜର୍ ଙ୍କ ଟୁଇଟ୍ ରେ ବୃଦ୍ଧ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ସହୃଦୟ ବ୍ୟକ୍ତି ଆଗେଇ ଆସିଛନ୍ତି । ଟୁଇଟ୍ ଟି ଏବେ ଖୁବ୍ ଭାଇରାଲ୍ ହେଉଛି ।

ତାଙ୍କ ପରିଶ୍ରମକୁ ସଫଳତାରେ ପରିଣତ କରିବା ପାଇଁ କିଏ ପେଣ୍ଟିଂ କୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତ କିଏ ତାଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ସାହାଯ୍ୟର ହାତ ବଢ଼ାଇଛନ୍ତି । ଦେଖନ୍ତୁ ସେହିପରି କିଛି ଲୋକଙ୍କ ଟୁଇଟ୍ ।

Get real time updates directly on you device, subscribe now.