ଦିଗପହଣ୍ଡି: କିରୋସିନ ଢାଳି ନିଜକୁ ଜାଳି ଦେଲେ ବୃଦ୍ଧ । ସାନଖେମୁଣ୍ଡି ବ୍ଲକ ବଢ଼ିଉସ୍ତା ଗାଁରେ ଘଟିଯାଇଛି ଏହି ଅଘଟଣ ।
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ଘଟଣାର ସୂଚନା ପାଇ ପାଟପୁର ପୋଲିସର ତଦନ୍ତ ଆରମ୍ଭ ।
ଆହତ ଅବସ୍ଥାରେ ବୃଦ୍ଧଙ୍କୁ ଆଫପଡ଼ା ମେଡିକାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଆତ୍ମହତ୍ୟା ବେଳେ ପୁଅ ଉଦ୍ଦେଶ୍ୟରେ ଏକ ସୁଇସାଇଡ୍ ନୋଟ ଲେଖିଛନ୍ତି, ଯେଉଁଥିରେ ସେ କହିଛନ୍ତି; “ମୁଁ ରହିବାକୁ ଚାହୁଁନି, ବୋଉକୁ ଭଲରେ ରଖିବୁ” ।
ସେପଟେ ବଳଙ୍ଗା ପୀଡ଼ିତାଙ୍କ ଘର ପାଖରୁ ୩ ଜଣଙ୍କୁ ଉଠାଇ ନେଲା ପୁଲିସ । ୩ ଜଣଙ୍କୁ ଜୋରଦାର ଜେରା କରାଯାଉଥିବା ସୂଚନା । ବଳଙ୍ଗା ଘଟଣାକୁ ୫ ଦିନରେ ପୁଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ କରୁଛି ତନାଘନା ।
ସେପଟେ ପରିବାର ଲୋକ ପୀଡିତାଙ୍କୁ ପ୍ରଥମଥର ଭେଟିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କୁ ୫ ଦିନ ପରେ ଭେଟିଲେ ସମ୍ପର୍କୀୟ । ପୀଡ଼ିତା ସୁସ୍ଥ ଥିବା ପରିବାର ଲୋକଙ୍କ ସୂଚନା। ମୁହଁ ସାମାନ୍ୟ ଫୁଲି ଯାଇଛି । ହେଲେ ସେ କାହା ସହ କଥା ହେଉ ନଥିବା ପରିବାର ଲୋକଙ୍କ ସୂଚନା ।