fbpx

(Video) ହଜି ଯାଇଥିବା ଗାଈକୁ ଫେରାଇ ଆଣିବା ପାଇଁ ବୁଢ଼ୀ ମା’ ର ଅନୁରୋଧ: କାନ୍ଦି କାନ୍ଦି ଲୋଟି ପଡ଼ିଲେ ଗାଡ଼ି ଆଗରେ

ଗାଈ ନୁହେଁ… ଜୀବନ ଟା ସେ ମୋର… ମୋର ଜୀବନ ନେଇଗଲେ…ଫେରାଇ ଆଣ ମୋ ଜୀବନକୁ… ମୋତେ ଆଣି ଦିଅ ମୋର ଗାଈ… ମୋର ଗାଈ ନମିଳିଲେ ଆତ୍ମହତ୍ୟା କରିଦେବି ମୁଁ… ଏଭଳି କହି ବାହୁନୁଛି ବୟସର ଅପରାହ୍ନରେ ପହଂଚିଥିବା ବୁଢ଼ି ମା’ଟି । ଆଉ ଜିଲ୍ଲାପାଳଙ୍କ ଗାଡି ସାମ୍ନାରେ କାନ୍ଦି କାନ୍ଦି ଗୁହାରି କରି ଲେଉଟି ଯାଉଛି । ହଜିଯାଇଥିବା ଗାଈକୁ ଖୋଜି ଆଣିବା ପାଇଁ ନିଜ ଜିଦରେ ଅଡିବସିଛନ୍ତି ସେ । ଜିଲ୍ଲାପାଳଙ୍କ ଗାଡି ଆଗରେ ମୁଣ୍ଡିଆ ମାରୁଛନ୍ତି ।  କାରଣ ତାର ଅତି ପ୍ରିୟର ଗାଈଟି କେଉଁଆଡକୁ ଚାଲିଯାଇଛି ।

ଏହି ନିରାଶ୍ରୟ ବୁଢ଼ି ମାଟି ହେଲେ ତରାସ ବାଘ । ସମ୍ପତ୍ତି କହିଲେ କେବଳ ସେହି ହଜିଯାଇଥିବା ଗାଈଟି ଥିଲା । ଯାହା ସେତିକି ।  ନା ରହିବା ପାଇଁ ତାଙ୍କ ପାଖରେ ଘର କଣ୍ଡେ ଅଛି । ନା ଚଳିବା ପାଇଁ ପାଖରେ କିଛି ପଇସା । ଭିକ ମାଗି ଯାହା କିଛି ପଇସା ଆଣନ୍ତି ସେଥିରେ ପୋଷେ ପେଟ । ଆଉ ଏଭଳି ସ୍ଥିତିରେ ନିଜର ଜୀବନର ଅମୂଲ୍ୟ ରତ୍ନ ବୋଲାଉଥିବା ଗାଈଟି ହଜି ଯିବାର ଦୁଃଖ ତାଙ୍କୁ ଭାଙ୍ଗି ପକାଇଛି । ଖାଲି ଏତିକି ନୁହେଁ ଏପରିକି ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ପାଖରୁ ଆରମ୍ଭ କରି ପୋଲିସ ଯାଏଁ ଏପରିକି ଦୀର୍ଘ ୨ ମାସ ହେଲା ସମସ୍ତଙ୍କୁ ନିକଟରେ ଅଭିଯୋଗ ଆଣିଥିଲେ ସୁଦ୍ଧା କେହି ଶୁଣି ନାହାଁନ୍ତି ବୁଢ଼ିମାଟିର ଦୁଃଖ । ଆଉ ହଜି ଯାଇଥିବା ଗାଈକୁ ଖୋଜି ଖୋଜି ଶେଷରେ ଜିଲ୍ଲାପାଳଙ୍କ ଶରଣାପନ୍ନ ହୋଇଛନ୍ତି ଏହି ବୁଢ଼ୀ ମା’ ।

ଅନ୍ୟପଟେ ବୁଢ଼ୀ ମାଟିର ଗୁହାରିରେ ଜିଲ୍ଲାପାଳଙ୍କ ହୃଦୟ ବି ତରଳିଯାଇଛି । ଜିଲ୍ଲାପାଳ ତରାସକୁ ବୁଝାଇବା ସହିତ ଗାଈ ଫେରାଇ ଆଣିବାକୁ ପ୍ରତିଶୃତି ଦେବା ପରେ ତରାସଙ୍କ ମନ ବୁଝିଛି ଆଉ ସେ ଆଖିରୁ ହଜିଥିବା ନିଦ ଫେରି ପାଇଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.