୮୩ ହଜାର ୧୩୫ ଜଣ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା ଟଙ୍କା, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଜୁନରେ ଯୋଡ଼ି ହେବେ ନୂଆ ହିତାରଧିକାରୀ । ଆସନ୍ତା ମାସରେ ଯୋଡ଼ିହେବେ ନୂଆ ଭତ୍ତା ହିତାଧିକାରୀ ।

ନୂଆ ହିତାଧିକାରୀଙ୍କୁ ସାମିଲ କରିବା ନେଇ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ୮୩ ହଜାର ୧୩୫ ଜଣ ନୂଆ ହିତାଧିକାରୀ ଯୋଡ଼ି ହେବାକୁ ଯାଉଥିବା କହିଛନ୍ତି ନିତ୍ୟାନନ୍ଦ ।

ଜାନୁଆରୀରୁ ୪ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ଦେଇଛନ୍ତି ରାଜ୍ୟ ସରକାର । ନୂଆ ଭାବେ ଯୋଡ଼ି ହୋଇଥିବା ହିତାଧିକାରୀଙ୍କୁ ଜୁନ୍ ମାସରେ ଭତ୍ତା ବଣ୍ଟାଯିବ ବୋଲି ସେ ସୂଚନା ଦେଇଛନ୍ତି ।