fbpx

ମୀରାବାଈଙ୍କୁ ରେଲୱେ ଦେଲା ଏତେ କୋଟି ପୁରସ୍କାର, ଅଲିମ୍ପିକରୁ ଜିତିଥିଲେ ପଦକ

ଓଡ଼ିଶା ଭାସ୍କର ବ୍ୟୁରୋ: ଅଲିମ୍ପିଆଡ୍ ମୀରାବାଈ ଚାନୁଙ୍କ ଖୋଲିଲା ଭାଗ୍ୟ । ସାରା ଦେଶରୁ ତାଙ୍କୁ ଶୁଭେଚ୍ଛା ଓ ସମ୍ମାନ ମିଳିବାରେ ଲାଗିଛି । ଏହି କ୍ରମରେ ଭାରତୀୟ ରେଳ ବିଭାଗ ମଧ୍ୟ ରୌପ୍ୟ ପଦକ ବିଜୟିନୀ ମୀରାବାଈଙ୍କୁ ଯଥେଷ୍ଟ ସମ୍ମାନ ଜଣାଇଛି । ଏଥିସହ ଦେଇ ବଡ଼ ରକମ ପୁରସ୍କାର ।

ଭାରତ ପାଇଁ ଗୌରବ ଆଣିଥିବାରୁ ମୀରାବାଈଙ୍କୁ ରେଳ ବିଭାଗ ଦେଇଛି ୨ କୋଟିର ନଗଦ ଅର୍ଥରାଶି ପୁରସ୍କାର ଏବଂ ଏଥିସହ ପଦୋନ୍ନତି ଘୋଷଣା କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ମଣିପୁର ସରକାର ମୀରାବାଈଙ୍କୁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । ସମ୍ପ୍ରତି ରେଳମନ୍ତ୍ରୀ ଖୁବ୍ ପ୍ରଶଂସା କରିବା ସହ ଭାରତ ପାଇଁ ଗର୍ବ ଓ ଗୌରବ ମୀରାବାଈ ଚାନୁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଚାନୁ ତାଙ୍କ ସ୍ୱପ୍ନ ପୂରଣ କରିବା ସହ ସଫଳତାର ଶ୍ରେୟ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଦେଇଛନ୍ତି । ଯିଏ କି ତାଙ୍କୁ ଟ୍ରେନିଂ ପାଇଁ ଲିଫ୍ଟ ଦେଉଥିଲେ ଏବଂ କେବେ ପ୍ରାପ୍ୟ ଦାବି କରିନଥିଲେ । ସେହି ବଳୁଥିବା କିଛି ଟଙ୍କାରେ ମୀରାବାଈ ତାଲିମ ଅବସରରେ କିଛି ଖାଦ୍ୟ ଖାଉଥିଲେ । ଏଭଳି ବର୍ଣ୍ଣନା କରିବା ସହ ସେ ସମ୍ପୃକ୍ତ ଟ୍ରକ୍ ଡ୍ରାଇଭରଙ୍କୁ ଗଭୀର କୃତଜ୍ଞତା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.