fbpx
BSKY SKY
BSKY SKY

ଦୁଷ୍କର୍ମ ମାମଲା; ପୂର୍ବତନ ଅଲିମ୍ପିଆନଙ୍କୁ ଧମକ

BSKY

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲା ଫେରାଇ ନେବା ପାଇଁ ଅଲିମ୍ପିଆନ ମାୟୁଖାଙ୍କୁ ଧମକ । ରବିବାର କେହି ଅଜଣା ଦୁର୍ବୁତ୍ତ ତାଙ୍କୁ ଏକ ଚିଠି ମାଧ୍ୟମରେ ଏଭଳି ଧମକ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ମାୟୁଖା । ଘଟଣା ଅନୁଯାୟୀ ରବିବାର ଅଲିମ୍ପିଆନ ମାୟୁଖାଙ୍କୁ ଏକ ବେନାମୀ ଚିଠି ମିଳିଥିଲା । ଯେଉଁଥିରେ ଲେଖାଥିଲା ତାଙ୍କ ସାଙ୍ଗ ପାଇଁ ଲଢ଼ୁଥିବା ଦୁଷ୍କର୍ମ ମାମଲାକୁ ସେ ଫେରାଇ ନିଅନ୍ତୁ, ନହେଲେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଏହାର ପରିମାଣ ଭୋଗିବାକୁ ପଡ଼ିବ ।

ସୂଚନା ଅନୁଯାୟୀ, ମାୟୁଖା ଜନି ଗତ ମାସରେ ଏକ ସାମ୍ବାଦିକ ସମ୍ମିଳନୀରେ ୨୦୧୬ରେ ତାଙ୍କ ସାଙ୍ଗକୁ ଦୁଷ୍କର୍ମ ମାମଲାରେ କେରଳ ପୋଲିସ ଏବଂ ମହିଳା କମିଶନର ଜଣେ ପୂର୍ବତନ ଅଧିକାରୀଙ୍କୁ ସମାଲୋଚନା କରିଥିଲେ । ସେ ଅଭିଯୋଗ ଆଣିଥିଲେ ଯେ ଚୁଙ୍ଗାଥ ଜନସନ ନାମକ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ସହ ଦୁଷ୍କର୍ମ କରିଛନ୍ତି । କେବଳ ସେତିକି ନୁହେଁ କିଛି ଫଟୋ ମାଧ୍ୟମରେ କାଙ୍କ ବନ୍ଧୁଙ୍କୁ ବ୍ଲାକମେଲ ମଧ୍ୟ କରୁଛନ୍ତି । ସେ ଆହୁରି କହିଛନ୍ତି ଘଟଣାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁଁ ଘଟଣାକୁ ଚପାଇ ଦିଆଯାଉଛି । ତେବେ ଧମକ ପୂର୍ଣ୍ଣ ଚିଠି ପରେ ପୋଲିସରେ ମାମଲା ରୁଜୁ କରିଛନ୍ତି ମାୟୁ୍ଖା ।

Get real time updates directly on you device, subscribe now.