fbpx
BSKY
BJD YOUTH SKY
BJD MS SKY

ଏଠାରେ ତିଆରି ହେଉଛି ଏସିଆର ସବୁଠାରୁ ଲମ୍ବା ରେସିଂ ଟ୍ରାକ୍, ଏଠାରେ ହେବ କାର୍ ସ୍ପିଡ୍ ଟେଷ୍ଟ୍; ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଇନ୍ଦୋର୍ ନିକଟରେ ପୀଥପୁରରେ ଦୁନିଆର ସବୁଠାରୁ ପଞ୍ଚମ ତଥା ଏସିଆର ସବୁଠାରୁ ଲମ୍ବା ହାଇସ୍ପିଡ୍ କାର୍ ଟେଷ୍ଟିଂ ଟ୍ରାକ୍ ତିଆରି ହୋଇଛି । ଏହାକୁ ସ୍ୱତନ୍ତ୍ର ଭାବରେ କାର୍ ସ୍ପିଡ୍ ଟେଷ୍ଟ୍ କରିବାକୁ ତିଆରି କରାଯାଇଛି । ଏଠାରେ କାର୍ ଗୁଡ଼ିକୁ ଘଣ୍ଟାପ୍ରତି ୩୦୦ କିମି ସ୍ପିଡ୍ ରେ ଚଲାଯାଇପାରିବ । ସବୁଠାରୁ ଖାସ୍ କଥା ହେଉଛି ଏହି ଟ୍ରାକ୍ ର ଟର୍ଣ୍ଣିଂସ୍ ରେ ମଧ୍ୟ କାର୍ କୁ ୩୦୮ କିମିରେ ବୁଲାଇପାରିବେ । ଏହି ସ୍ୱତନ୍ତ୍ର ଟ୍ରାକ୍ କୁ ୨୯୬୦ ଏକର ଜାଗାରେ ତିଆରି କରାଯାଇଛି । ଏଠାରେ ଦେଶର ଅଟୋମୋବାଇଲ୍ ଇଣ୍ଡଷ୍ଟ୍ରୀ ନିଜ ନିଜର ଗାଡ଼ି ସବୁକୁ ଟେଷ୍ଟିଂ କରିପାରିବେ ।

ଏଠାରେ ୧୪ ପ୍ରକାରର ଟେଷ୍ଟିଂ ଟ୍ରାକ ରହିଛି ଯେଉଁଠାରେ ଦୁଇ ଚକିଆ ଯାନ, କାର ଏବଂ ଭାରୀ ବ୍ୟବସାୟିକ ଯାନ ମଧ୍ୟ ପରୀକ୍ଷା କରାଯାଇପାରିବ । ଏହି ଟ୍ରାକ୍ ୧୧.୩ କିଲୋମିଟର ଲମ୍ବା ଓ ୧୬ ମିଟର ଚଉଡା । ଫ୍ଲାଟ, ଆବଡା-ଖାବଡା, ଓଦା, ପଥୁରିଆ, ସଂକୀର୍ଣ୍ଣ ଟ୍ରାକରେ ଯାନଗୁଡିକ ଟେଷ୍ଟିଂ ହେବ । ଯାହା ପରେ ଗାଡ଼ି ଗୁଡ଼ିକୁ ଅନୁମୋଦନ ଦିଆଯାଇପାରିବ । ଏହାର ଆକୃତି ଓଭାଲ୍ ଯଥା ଅଣ୍ଡା ପରି । ଜର୍ମାନୀ, ଆମେରିକା ଏବଂ ଇଟାଲୀରେ ମଧ୍ୟ ଏହିପରି ଟ୍ରାକ୍ ପ୍ରସ୍ତୁତ କରାଯାଇଛି ।

ଏତିକି ସମୟରେ ହେଲା ପ୍ରସ୍ତୁତ

୨୯୬୦ ଏକର ଜମିରେ ପ୍ରସ୍ତୁତ ହୋଇଥିବା ଏହି ଟେଷ୍ଟିଂ ଟ୍ରାକ୍ କୁ ପୂରା କରିବାକୁ ଲାଗିଥିଲା ୩ ବର୍ଷ । ଏଥିରେ ପାଖାପାଖି ୮୦୦ ମୁଲିଆ ଓ ଇଞ୍ଜିନିୟର୍ ନିଯୋଜିତ ହୋଇଥିଲେ । ଏହାବ୍ୟତୀତ ଏହା ପଛରେ ମୋଟ ୫୧୨ କୋଟି ଟଙ୍କା ବ୍ୟୟ କରାଯାଇଛି ।

ଏହି କାର୍ ଗୁଡ଼ିର ହେବ ଟେଷ୍ଟିଂ

ହାଇସ୍ପିଡ୍ କାର୍ ଯେପରିକି ମର୍ସିଡୀଜ୍, ଟେସ୍ଲା, ଫରାରୀ, ଲମ୍ବୋରଗିନୀ ଓ ବିଏମଡବ୍ଲୁ ପରି ଗାଡ଼ି ଗୁଡ଼ିକ ଏଠାରେ ସ୍ପିଡ୍ ଟେଷ୍ଟ୍ କରାଇବେ । ଏଠାରେ ଦୁଇଚକିଆ ଯାନ ଠାରୁ ଆରମ୍ଭ କରି ଭାରୀଯାନ ଗୁଡ଼ିକୁ ଟେଷ୍ଟ୍ କରାଯିବ । ତେବେ ଏହି ଟ୍ରାକ୍ କୁ ଏଠାରେ ତିଆରି କରାଯିବାର ମୁଖ୍ୟ କାରଣ ହେଉଛି ପୀଥପୁରରେ ପାଖାପାଖି ଅଟୋମୋବାଇଲ୍ ର ୧୦୦ଟି ପ୍ଲାଣ୍ଟ ରହିଛି । ଭଲଭୋ, ଆଇଚର୍, ହିନ୍ଦୁସ୍ତାନ ମୋଟର୍ସ, ଆଭେଟେକ୍, ମହିନ୍ଦ୍ରା, ଫୋର୍ସ ମୋଟର୍ସ ଭଳି କମ୍ପାନୀ ସେମାନଙ୍କ ଯାନ ପ୍ରସ୍ତୁତ କରନ୍ତି |

Get real time updates directly on you device, subscribe now.