fbpx

ଷ୍ଟାନ ସ୍ୱାମୀଙ୍କୁ ହତ୍ୟା କରିଛି ବିଜେପି ସରକାର: କାହିଁକି ଏମିତ କହିଲେ ସଞ୍ଜୟ ରାଉତ

ମୁମ୍ବାଇ: ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ପୁଣି ଥରେ ବିଜେପିକୁ ଆକ୍ରମଣ କରିଛନ୍ତି । ଫାଦର ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ବିଜେପିକୁ ସମାଲୋଚନା କରିଛନ୍ତି ରାଉତ । ଜେଲରେ ଷ୍ଟାନ ସ୍ୱାମୀଙ୍କୁ କେନ୍ଦ୍ର ସରକାର ହତ୍ୟା କରିଛନ୍ତି ବୋଲି ସଞ୍ଜୟ ରାଉତ ମତ ଦେଇଛନ୍ତି । ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ କରୁଥିବା ସ୍ୱାମୀଙ୍କୁ ମିଥ୍ୟା ମାମଲାରେ ଫଶାଇ ହତ୍ୟା କରାଯାଇଛି ବୋଲି ସଞ୍ଜୟ କହିଛନ୍ତି । ଏହା ସହିତ ଶିବସେନା ସାଂସଦ ରାଉତ ମୋଦୀଙ୍କୁ ହିଟଲର ଓ ମୁସୋଲିନୀଙ୍କ ପରି ଏକଛତ୍ରବାଦୀଙ୍କ ସହିତ ତୁଳନା କରିଥିଲେ ।

ଏକଦା ଇନ୍ଦିରା ଗାନ୍ଧୀ ଯେଉଁଭଳି ଭାବରେ ନିଜର ରାଜନୈତିକ ବିରୋଧୀଙ୍କୁ ଦମନ କରିଥିଲେ ମୋଦୀ ମଧ୍ୟ ସମାନ ନୀତି ଆପଣାଇଛନ୍ତି ବୋଲି ରାଉତ କହିଛନ୍ତି । ଶିବସେନାର ମୁଖପାତ୍ର ସାମନାରେ ‘ରୋକ ଠୋକ’ରେ ରାଉତ ଏହା ଲେଖିଛନ୍ତି । ଇନ୍ଦିରା ଗାନ୍ଧୀ ଜର୍ଜ ଫର୍ଣ୍ଣାଣ୍ଡେଜଙ୍କୁ ଜେଲରେ ଭର୍ତ୍ତି କରିଥିଲେ ମାତ୍ର ମୋଦୀ ସରକାର ଜଣେ ୮୪ ବର୍ଷୀୟ ବୃଦ୍ଧ ଓ ବାର୍ବରା ରାଓଙ୍କ ପରି କବିଙ୍କୁ ଜେଲରେ ଭର୍ତ୍ତି କରୁଛି । ଏଲଗାର ପରିଷଦରେ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ଏନଆଇଏ ଦ୍ୱାରା ଗିରଫ ହୋଇଥିବା ଷ୍ଟାନ ସ୍ୱାମୀ ଜୁଲାଇ ୫ ତାରିଖରେ ପ୍ରାଣ ହରାଇଥିଲେ । ସରକାର ଯାହାବି ଯୁକ୍ତି କରନ୍ତୁନା କାହିଁକି ଷ୍ଟାନଙ୍କ ମୃତ୍ୟୁକୁ ସଠିକ ବୋଲି ସାବ୍ୟସ୍ତ କରି ପାରିବେ ନାହିଁ । ସରକାରଙ୍କୁ ବିରୋଧ କରିବା ଦେଶକୁ ବିରୋଧ କରିବା ସହିତ ସମାନ ନୁହେଁ ମାତ୍ର ବିଜେପି ସରକାର ଲୋକଙ୍କ ମୁଣ୍ଡରେ ଏହି ଏକ ଛତ୍ରବାଦ ଭର୍ତ୍ତି କରିବାକୁ ପ୍ରୟାସ କରୁଛନ୍ତି ବୋଲି ରାଉତ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.