fbpx

Flipkartରେ ଶସ୍ତାରେ ମିଳୁଛି Realme ଡିଜୋ ଫିଚର ଫୋନ୍

ମୁମ୍ବାଇ: Flipkartରେ ସବୁଠାରୁ ଶସ୍ତାରେ ଉପଲବ୍ଧ ହେବାକୁ ଯାଉଛି ରିଅଲମି ଡିଜୋ । ରିଅଲମିର ସବ ବ୍ରାଣ୍ଡ ଡିଜୋ ବିଗତ ମାସରେ ଭାରତରେ ପ୍ରବେଶ କରିଥିବା ବେଳେ ଏହାର ଫିଚର ଫୋନ୍ ବର୍ତ୍ତମାନ ଲଞ୍ଚ ହେବାକୁ ଯାଉଛି । ଫିଚର ଫୋନ୍ ବର୍ଗରେ କମ୍ପାନୀ ପକ୍ଷରୁ ଦୁଇଟି ଫୋନ୍ ଲଞ୍ଚ କରାଯାଉଛି । ଡିଜୋ ଷ୍ଟାର ୫୦୦ ଓ ଡିଜୋ ଷ୍ଟାର ୩୦୦ ନାମରେ କମ୍ପାନୀ ଦୁଇଟି ଫୋନ୍ ଲଞ୍ଚ କରିଛି ।

ଏହି ଫୋନରେ ୪ଜି ସେବା ଉପଲବ୍ଧ ନଥିବା ବେଳେ, ଜିଓ ବ୍ୟତିତ ଅନ୍ୟସମସ୍ତ ସିମ୍ ଏହି ଫୋନରେ ବ୍ୟବହାର କରିହେବ । ଦୁଇଟି ଯାକ ଫୋନରେ ଡୁଆଲ ସିମ୍ ବ୍ୟବସ୍ଥା ରହିଛି । ଡିଜୋ ଷ୍ଟାର ୫୦୦ ଓ ଡିଜୋ ଷ୍ଟାର ୩୦୦ ଫୋନର ମୂଲ୍ୟ ଯଥାକ୍ରମେ ୧୭୯୯ ଓ ୧୨୯୯ ରହିଥିବା ବେଳେ ଫ୍ଲିପକାର୍ଟରେ ଡିସକାଉଣ୍ଟ ମଧ୍ୟ ମିଳୁଛି । ଉଭୟ ଫୋନ ହିନ୍ଦୀ, ଗୁଜରାଟୀ, ତାମିଲ, କନ୍ନଡ, ତେଲୁଗୁ ସହିତ ପଞ୍ଜାବୀ ଏବଂ ବେଙ୍ଗଲୀ ଭାଷାକୁ ସପୋର୍ଟ କରିଥାଏ । ଡିଜୋ ଷ୍ଟାର ୫୦୦ ଓ ଡିଜୋ ଷ୍ଟାର ୩୦୦ରେ ବ୍ୟାଟେରୀ ଯଥାକ୍ରମେ ୧୯୦୦ ଓ ୨୫୫୦ ଏମଏଏଚର ବ୍ୟାଟେରୀ ରହିଛି । ଫ୍ଲିପକାର୍ଟରୁ ଏହି ଫୋନ ଅର୍ଡର କରିବା ଦ୍ୱାରା ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଭଲ ଡିସକାଉଣ୍ଟ ମଧ୍ୟ ମିଳୁଛି ।

Get real time updates directly on you device, subscribe now.