fbpx

ଅଲିମ୍ପିକ ଡ୍ରେସ୍ ବିବାଦ: ଛାପିଲେ ଲୋଗୋ..ସୋସିଆଲ ମିଡିଆରେ ହେଲେ ଟ୍ରୋଲିଂର ଶିକାର, ଲୋକଙ୍କୁ ଏଭଳି ଉତ୍ତର ଦେଲେ ଡିଜାଇନର ତରୁଣ ତହିଲିଆନି

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ଉଦ୍‌ଘାଟନୀ ସମାରୋହରେ ଭାରତୀୟ ମହିଳା ଖେଳାଳୀଙ୍କ ଡ୍ରେସକୁ ନେଇ ଡିଜାଇନର ତରୁଣ ତହିଲିଆନି(Tarun Tahiliani) ସୋସିଆଲ ମିଡିଆରେ ଟ୍ରୋଲିଂର ଶିକାର ହୋଇଛନ୍ତି । ଏହି ଇଭେଣ୍ଟରେ ଭାରତୀୟ ପରିଧାନକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶନ କରିବା ସୁଯୋଗକୁ ହାତଛଡ଼ା କରିବା ନେଇ ଅନେକ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ମହିଳା ଖେଳାଳିଙ୍କ ପାଇଁ ଶସ୍ତା ଏବଂ ଖରାପ ଗୁଣବତ୍ତା ପୋଷାକ ତିଆରି କରାଯାଇଛି । ଡିଜାଇନର ତରୁଣ ତହିଲିଆନ ତାଙ୍କ କମ୍ପାନୀକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପୋଷାକରେ ତାଙ୍କ ବ୍ରାଣ୍ଡର ଲୋଗୋ ରଖିଥିବାରୁ ୟୁଜର୍ସ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି । ଏହି ଲୋଗୋ ଦ୍ୱାରା ମହିଳା ଖେଳାଳିଙ୍କ ପୋଷାକ ଆହୁରି ଖରାପ ଦେଖାଯାଉଥିଲା ।

ସୋସିଆଲ ମିଡିଆରେ କ୍ରୀଡ଼ା ପ୍ରେମୀଙ୍କ ଟ୍ରୋଲିଂକୁ ନେଇ ତରୁଣ ତହିଲିଆନି ନିଜ ଉତ୍ତରରେ କହିଛନ୍ତି, ‘ଏହି ୟୁନିଫର୍ମ ପାଇଁ ଅନେକ ଡିଜାଇନର ସ୍କେଚ୍ ପ୍ରସ୍ତୁତ କରାଯାଇଥିଲା । ଏହା ପରେ ଡିଜାଇନ୍ ଚୟନ କରାଯାଇଥିଲା । ମୁଁ ମୋ ଡିଜାଇନକୁ ନେଇ ଅଟଳ । ପ୍ୟାରିସରେ ଏହାର ଅନେକ ପ୍ରଶଂସା ହୋଇଛି । ଲୋକମାନେ ଯାହା କହୁଛନ୍ତି ସୋମନଙ୍କୁ କହିବାକୁ ଦିଅ । ସେମାନଙ୍କ କଥା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଖେଳ । ଆମ ଆଥଲେଟ୍ସମାନେ ଭଲ ଦେଖାଯାଉଥିଲେ, ତ୍ରିରଙ୍ଗାର ସମର୍ଥନ କଲେ, ଏକଜୁଟ୍ ଏବଂ ଶାନ୍ତ ଥିଲେ । ଏହା ବିବାହ ନୁହେଁ । ଏହା ଖେଳ ଅଟେ ।’ ସେ ଅହୁରି ମଧ୍ୟ କହିଥିଲେ କି ପୋଷାକରେ ତିଆରି ହୋଇଥିବା ବର୍ଡ଼ର କେବଳ ଏକ ପ୍ରତୀକ କୌଣସି ଲୋଗୋ ନୁହେଁ । ମୁଁ ଓଙଉର ଗାଇଡଲାଇନ୍ସ ପାଳନ କରିଛି ଏବଂ ଶେଷ ସମୟରେ ଅନେକ ଜିନିଷରେ ପରିବର୍ତ୍ତନ ହୋଇଥିଲା । ଲୋକମାନେ ନିଜ ବିଚାର ପ୍ରସ୍ତୁତ କରିପାରନ୍ତି । ଏହା ଦ୍ୱାରା ମୋତେ କୌଣସି ଆପତ୍ତି ନାହିଁ । ଆମ ଟିମ ପୋଷାକରେ ତ୍ରୀରଙ୍ଗା ରଂଗ ଚାହୁଁଥିଲେ କାରଣ ଅଧିକାଂଶ ଦେଶ ନିଜ ପତାକାକୁ ଫଲୋ କରିଥାନ୍ତି । ଅପରପକ୍ଷରେ ଆଥଲେଟ୍ସଙ୍କ ସମର୍ଥନ କରିବା ପାଇଁ ଏପରି ପୋଷାକ ପ୍ରସ୍ତୁତ କରାଯାଇଥିଲା ।

Get real time updates directly on you device, subscribe now.