fbpx

ଅଲିମ୍ପିକ୍ସ ରୌପ୍ୟ ବିଜେତା ଗିରଫ: ଡ୍ରଗ୍ସ ଚାଲାଣ ବେଳେ NCB ହାତରେ ଧରାପଡ଼ିଲେ

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ ଉଚ୍ଚ ତଥା ସମ୍ମାନଜନକ ବ୍ୟକ୍ତିମାନେ କିଛି ବେଆଇନ କାର୍ଯ୍ୟ କରି ନିନ୍ଦିତ ହୋଇଥାନ୍ତି । ତେବେ ଏହା ମଧ୍ୟରେ ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦୁଇଜଣ ଅଭିଯୁକ୍ତଙ୍କୁ ଧରିଛି । ସବୁଠାରୁ ବଡ଼କଥା ହେଉଛି ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୂର୍ବତନ ଅଲିମ୍ବିକ୍ସ ରୌପ୍ୟ ପଦକ ବିଜେତା ବୋଲି ଜଣାପଡ଼ିଛି । ଏହି ଘଟଣାଟି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସୂଚନା ମୁତାବକ, ଗୋଆରେ ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ କାରବାରର ଏକ ବଡ଼ ପର୍ଦ୍ଦାଫାସ କରିଛି ଏନସିବି । ଏହି ମାମଲାରେ ଜଣେ ଭାରତୀୟଙ୍କ ସହିତ ଦୁଇଜଣ ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି, ଯେ କି ୧୯୮୦ ଅଲିମ୍ପିକ୍ସ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ । ସେ ପହଁରିବାରେ ଏହି ପଦକ ଜିତିଥିଲେ । ସେହିପରି ଅନ୍ୟ ବିଦେଶୀ ଜଣେ ପୋଲିସ କର୍ମୀ । ସେମାନଙ୍କଠାରୁ ବିପୁଳ ମାତ୍ରାରେ କୋକିନ ସହିତ ଅନ୍ୟ ଡ୍ରଗ୍ସ ସାମଗ୍ରୀ ଜବତ କରାଯାଇଛି ।

ତେବେ ଗିରଫ ଦୁଇ ବିଦେଶୀ ରୁଷିଆର ନାଗରିକ ବୋଲି ଜଣାପଡ଼ିଛି । ପୂରା ଅପରେସନରେ ୮୮ ଏଲଏସଡି ବ୍ଲଟ, ୮.୮ ଗ୍ରାମ କୋକିନ, ୨୪୨.୫ ଗ୍ରାମ ଚରସ, ୧.୪୪୦ କେଜି ହାଇଡ୍ରୋପୋନିକ, ବିଡ, ୧୬.୪୯ ଗ୍ରାମ ହ୍ୟାଶ ଅଏଲ, ୪୧୦ ଗ୍ରାମ ହ୍ୟାଶ କେକ, ୪.୮୮ ଲକ୍ଷ ନଗଦ କ୍ୟାଏ ବିଦେଶୀ ମୁଦ୍ରା, ଫର୍ଜି ଡକ୍ୟୁମେଣ୍ଟ, ଆଇଡି ଓ ସାମଗ୍ରୀ ଜବତ କରାଯାଇଛି । ତେବେ ଅଲିମ୍ପିକ୍ସରେ ପଦକ ଜିତିଥିବା ମହିଳାଙ୍କ ନାମ ଏସ. ବର୍ଗନୋଭା ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.