ଖୁବଶୀଘ୍ର ବଜାରରେ ମିଳିବ ଓମଫେଡ୍ ଚକୋଲେଟ୍ , ୪ ମାସ ଭିତରେ ଲୋକଙ୍କ ପାଖରେ ପହଞ୍ଚିବ ପାଣି ବୋତଲ

ସଂସ୍ଥା ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ । ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ନେଇ କାମ କରୁଛି ଓମଫେଡ୍ ।

ଭୁବନେଶ୍ୱର: ଓଡ଼ିଶା ଷ୍ଟେଟ୍ କର୍ପୋରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ୍ (ଓମଫେଡ୍) ଜଲଦି ଚକୋଲେଟ ମାର୍କେଟରେ ପ୍ରବେଶ କରିବାକୁ ଯାଉଛି । ଓମଫେଡ ମ୍ୟାନେଜିଙ୍ଗ ଡିରେକ୍ଟର ବିଜୟ ଅମୃତ କୁଲାଙ୍ଗେ, ଏ ନେଇ ସୂଚନା ଦେଇଛନ୍ତି ।

ଏହାର ପ୍ରୋଜେକ୍ଟ ଡିଜାଇନ୍ ନ୍ୟାଶନାଲ ୍ଡେରି ଡେଭଲପମେଣ୍ଟ ବୋର୍ଡ ପକ୍ଷରୁ କରାଯାଇଛି । କ୍ୟାପିଟାଲ ଇନଭେଣ୍ଟମେଣ୍ଟ ପାଇଁ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯାଇଛି ।

ଓମଫେଡ୍ ପାଣି ବୋତଲ ମଧ୍ୟ ବିକ୍ରି କରିବାକୁ ଅଣ୍ଟା ଭିଡ଼ିଛି । ଆସନ୍ତା ୪ ମାସ ଭିତରେ ଓଡ଼ିଶା ବଜାରେ ପାଣି ବିକ୍ରି ଆରମ୍ଭ କରିଦେବ ଓମଫେଡ୍ । ଏହାଛଡ଼ା ବର୍ଷକ ଭିତରେ ଓମଫେଡ୍ ୧୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ନେଇ ଯୋଜନା ପ୍ରସ୍ତୁତ କରିଛି ।

ଏହାଛଡ଼ା ଘିଅ ଉତ୍ପାଦନ ବୃଦ୍ଧି କରିବା ନେଇ ଆଗାମୀ ଦିନରେ ଓମଫେଡ୍ ଯୋଜନା ରଖିଛି ।ମାସକୁ ଓମଫେଡ୍ ୧୨୦ ଟନ୍ ଘିଅ ଉତ୍ପାଦନ କରୁଛି । ରାଜ୍ୟର ବହୁ ବଡ଼ ବଡ଼ ମନ୍ଦିରରେ ଏହି ଘିଅ ବ୍ୟବହାର କରାଯାଇଥାଏ ।