fbpx

ଓମଫେଡ୍ ହେଲା ଅତ୍ୟାବଶ୍ୟକ ସେବା ଆଇନ ପରିସରଭୁକ୍ତ

ଭୁବନେଶ୍ୱର: ଓମଫେଡ୍ ହେଲା ଅତ୍ୟାବଶ୍ୟକ ସେବା ଆଇନ ପରିସରଭୁକ୍ତ । ଏବେ କୌଣସି ଓମଫେଡ୍ କର୍ମଚାରୀ କରିପାରିବେନି ଆନ୍ଦୋଳନ । ଓମଫେଡ୍ ର ଚୁକ୍ତିଭିତ୍ତିକ କର୍ମଚାରୀ ମଧ୍ୟ କରିପାରିବେନି ଆନ୍ଦୋଳନ । ଦୁଗ୍ଧ ସଂଗ୍ରହଠାରୁ ବିକ୍ରି ଯାଏଁ ଚେନ୍ ରେ ସଂପୃକ୍ତ କେହି ବି ଆନ୍ଦୋଳନ କରିପାରିବେନି । ଓଡ଼ିଶା ଅତ୍ୟାବଶ୍ୟକ ସେବା ଆଇନ ଅନୁଯାୟୀ ଆନ୍ଦୋଳନ କରିବାକୁ ମନା । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି । ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ୬ ମାସ ଯାଏଁ ବଳବତ୍ତର ରହିବ ।

Get real time updates directly on you device, subscribe now.