fbpx

MCD ମେୟର ଓ ଡେପୁଟି ମେୟର ନିର୍ବାଚନ: ଏପ୍ରିଲ ୨୬ରେ ହେବ ଭୋଟିଂ, NOC ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଳୀ: ଏପ୍ରିଲ ୧୯ରେ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ଆରମ୍ଭ ହୋଇସାରିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଆସନ୍ତା ୨୬ ତାରିଖରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏନେଇ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ତରଫରୁ ଏନଓସି ଜାରି କରାଯାଇଛି । ଦିଲ୍ଲୀ ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା କାରଣରୁ ଏମସିଡି ମେୟର ଓ ଡେପୁଟି ମେୟର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଏନଓସି ମିଳିବା ବାଧ୍ୟତାମୂଳକ ଥିଲା । ଏବେ ଇସିଆଇ ଏନଓସି ଜାରି କରିବା ପରେ ଏମସିଡି ନିର୍ବାଚନ ପଥ ପରିଷ୍କାର ହୋଇଯାଇଛି ।

ଏମସିଡି ମେୟର ଓ ଡେପୁଟୀ ମେୟର ନିର୍ବାଚନ ଏପ୍ରିଲ ୨୬ ତାରିଖରେ ହେବା ନେଇ ପୂର୍ବରୁ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ତରଫରୁ ଶିଡ୍ୟୁଲ କରାଯାଇଥିଲା । । ଏନେଇ ଏମସିଡି ସେକ୍ରେଟାରୀ କାର୍ଯ୍ୟାଳୟ ତରଫରୁ ଏକ ବୟାନ ଜାରି କରି ଘୋଷଣା କରାଯାଇଥିଲା । ଏପ୍ରିଲ ୨୬ରେ ମେୟର ଓ ଡେପୁଟି ମେୟର ପଦ ପାଇଁ ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ମଗା ଯାଇଥିଲା । ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହେଉଥିବାରୁ ଲୋକସଭା ନିର୍ବାଚନ କାରଣରୁ ଜାରି ହୋଇଥିବା ଆଚରଣ ବିଧିକୁ ନେଇ ଆବେଦନ ପତ୍ରରେ ଦର୍ଶାଯାଇଥିଲା ।

Get real time updates directly on you device, subscribe now.