fbpx

ଘଟିଲା ଅପେକ୍ଷାର ଅନ୍ତ: ଆସନ୍ତା ୨୮ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଘୋଷଣା କରିବ ବର୍ଦ୍ଧିତ DA!

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଘୋଷଣା ହେବାକୁ ଯାଉଛି । ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ (ଏଆଇସିପିଆଇ) ଇଣ୍ଡେକ୍ସର ଜୁନର ତଥ୍ୟକୁ ଆଧାର କରି ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିବା ଏକପ୍ରକାର ସ୍ଥିର ହୋଇସାରିଛି । ଆସନ୍ତା ୨୮ ତାରିଖରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏନେଇ ଘୋଷଣା କରାଯିବ ବୋଲି ଏକ ମିଡ଼ିଆ ରିପୋର୍ଟରୁ ଜଣାପଡ଼ିଛି । ଅର୍ଥାତ ସେପ୍ଟେମ୍ବର ମାସରେ ଆପଣଙ୍କୁ ଅଧିକ ବେତନ ମିଳିବାର ସମ୍ଭାବନା ରହିଛି ।

ଯଦି ନୂଆ ମହଙ୍ଗା ଭତ୍ତା ଲାଗୁ ହୁଏ, ତେବେ ଆପଣଙ୍କୁ ପୂର୍ବ ୩ ମାସର ଏରିଅର ପଇସା ମିଳିବ । ଏହାପରେ ବୃର୍ଦ୍ଧିତ ଡିଏ ସହିତ ଆପଣଙ୍କ ସାଲାରି ସହିତ ଆସିବ । ସାଧାରଣ ଭାବେ କର୍ମଚାରୀଙ୍କ ଡିଏ ଏଆଇସିପିଆଇ ଉପରେ ନିର୍ଭର କରିଥାଏ । ଏହି ହିସାବରେ କର୍ମଚାରୀଙ୍କ ସାଲାରି ବୃଦ୍ଧି ହୋଇଥାଏ । ଯଦି ଡିଏ ୪ ପ୍ରତିଶତ ବଢ଼ିବ ତେବେ କର୍ମଚାରୀଙ୍କୁ ମୋଟ ୩୮ ପ୍ରତିଶତ ଡିଏ ହିସାବରେ ଅର୍ଥ ମିଳିବ ।

ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କାଲକେସନର ଫର୍ମୂଲା ବଦଳି ଯାଇଛି । ଗତ ୨୦୧୬ ଆଧାର ବର୍ଷରେ ଡିଏ କାଲକୁଲେସନ ନିୟମ ପରିବର୍ତ୍ତନ କରାଯାଇଥିଲା । ମଜଦୂରୀ ଦର ସୂଚକାଙ୍କର ଏକ ନୂଆ ସିରିଜି ଜାରି କରାଯାଇଛି । ଆଧାର ବର୍ଷ ୨୦୧୬-୧୦୦ ସହିତ ମଜଦୂରୀ ଦର ସୂଚକାଙ୍କ ନୂଆ ସିରିଜ ୧୯୬୩-୬୫ର ଆଧାର ବର୍ଷ ପୁରୁଣା ସ୍ଥାନ ନେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.