fbpx

କୁମ୍ଭୀରକୁ ଜିଅନ୍ତା ଗିଳିଦେଲା ଅଜଗର, ଭିଡିଓ ଦେଖିଲେ ଉଡ଼ିଯିବ ହୋସ୍

କୁମ୍ଭୀରମାନେ ଏତେ ବିପଜ୍ଜନକ ଶିକାରୀ ହୋଇଥାନ୍ତି ଯେ, ସେମାନେ ନିଜ ଶିକାରକୁ ଜୀବନ୍ତ ଗିଳି ଦିଅନ୍ତି । ଅନ୍ୟପଟେ ଅଜଗର ବି ନିଜ ଶିକାରକୁ ଜିଅନ୍ତା ଗିଳିବାରେ ବେଶ୍ ପାରଙ୍ଗମ । ଏହି ଦୁହିଁଙ୍କ ଲଢ଼େଇରେ କିଏ ଜିତିବ ବୋଲି ଯଦି ପ୍ରଶ୍ନ ପଚରାଯାଏ, ତେବେ ଆପଣଙ୍କର ଉତ୍ତର କ’ଣ ହେବ? ଯଦି ଆପଣ ଭାବୁଛନ୍ତି କୁମ୍ଭୀର ଜିତିବ, ତେବେ ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡିଓ ଆପଣଙ୍କ ଉତ୍ତରକୁ ବଦଳାଇ ଦେବ । ଅଷ୍ଟ୍ରେଲିଆର ଏହି ଭିଡିଓଟି ପୁରୁଣା ହୋଇଥିଲେ ବି ଏଥିରେ ଏକ ଅଜଗର ଓ କୁମ୍ଭୀର ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ୟାମେରାରେ କଏଦ୍ ହୋଇଛି ।

ଭିଡିଓ ଦେଖିଲେ ଲାଗୁଛି କି, ଅଜଗର ଓ କୁମ୍ଭୀର ପରସ୍ପରର ଜୀବନ ନେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହି ଯୁଦ୍ଧରେ କୁମ୍ଭୀରଟି ହାରିଯାଇଛି । କେବଳ ଏତିକି ନୁହେଁ ବିଶାଳାକାୟ ଅଜଗରଟି କୁମ୍ଭୀରଟିକୁ ଜିଅନ୍ତା ଗିଳିବାର ମଧ୍ୟ ଭଇଡିଓରେ ଦେଖିବାକୁ ମିଳିଛି ।

ତେବେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ କୁମ୍ଭୀର ସହ ଅଜଗର ମୁହାଁମୁହିଁ ହୋଇଥିଲେ । ଯୁଦ୍ଧରେ କୁମ୍ଭୀରଟି ହାରିଯାଇଥିବା ବେଳେ ଅଜଗରଟି ତାକୁ ଜିଅନ୍ତା ଗିଳିଦେଇଥିଲା । କୁମ୍ଭୀରଟି ନିଜ ଜୀବନ ବଞ୍ଚାଇବାକୁ ଯେତେ ଚେଷ୍ଟା କଲେ ବି ବିଶାଳକାୟ ଅଜଗର କବଳରୁ ସେ ବର୍ତ୍ତିପାରି ନଥିଲା । ସୁଯୋଗ ଦେଖି ସେ କୁମ୍ଭୀରଟିକୁ ଗିଳିବା ଆରମ୍ଭ କରିଥିଲା ।

Get real time updates directly on you device, subscribe now.