fbpx

ଶିବରାତ୍ରୀରେ ସାମ୍ନାକୁ ଆସିଲା ଭୟାନକ ଚିତ୍ର, ମଶାଣୀରେ ଜଳନ୍ତା ଚିତାରେ ୩ ଯୁବକ କରୁଥିଲେ ତନ୍ତ୍ର ସାଧନା

Advertisement

ଓଡ଼ିଶା ଭାସ୍କର: ମଧ୍ୟପ୍ରଦେଶ ଗୁନାର ଗୋପାଳପୁର ସ୍ଥିତ ଶ୍ମଶାନ ଘାଟରୁ ଯେଉଁ ଖବର ଆସିଛି ତାହା ଜାଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ । ଗୋପାଳପୁର ଶ୍ମଶାନରେ ୩ ଜଣ ତାନ୍ତ୍ରିକ ଜଳୁଥିବା ଚିତା ସହ ତନ୍ତ୍ର ସାଧନା କରୁଥିବା ବେଳେ ଧରା ପଡିଛନ୍ତି । ଶିବରାତ୍ରୀ ଅବସରରେ ରାତି ପ୍ରାୟ ୯ଟା ସମୟରେ ଏମାନେ ଘୋର ଅନ୍ଧାରରେ ତନ୍ତ୍ର ସାଧନା କରୁଥିଲେ । ମୃତକଙ୍କ ପରିଜନ ଓ ସାଙ୍ଗସାଥୀ ଏହା ଦେଖିବା ପରେ ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।

୩ ଜଣ ତାନ୍ତ୍ରିକ ସେମାନଙ୍କ ସହ ସିନ୍ଦୁର, ଛୁରୀ, କେଶ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଚିତାର ଶବ ଓ ପାଉଁଶ ସହ ତନ୍ତ୍ର ସାଧନା କରୁଥିଲେ । ଏହି ୩ ଜଣ ତାନ୍ତ୍ରିକ ମୃତକ ଅଶ୍ୱିନୀ କେଉଟଙ୍କ ଚିତା ଭସ୍ମକୁ ବୋତଲରେ ଭରି ନେଇଥିଲେ । ୨୯ ବର୍ଷୀୟ ଅଶ୍ୱିନୀଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା । ଅଶ୍ୱିନୀ ଶିବରାତ୍ରୀ ଅବସରରେ ନିଜ ସାଙ୍ଗମାନଙ୍କ ସହ କେଦାରନାଥ ଧାମ ଦର୍ଶନ ପାଇଁ ଯାଇଥିଲେ । ଦର୍ଶନ ଓ ପ୍ରସାଦ ଗ୍ରହଣ କରିବା ପରେ ଅଶ୍ୱିନୀଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର ଗୋପାଳପୁର ଶ୍ମଶାନରେ କରି ଘରକୁ ଫେରି ଆସିଥିଲେ । ଅଶ୍ୱିନୀଙ୍କର ସିଗାରେଟ୍ ପିଇବାର ଅଭ୍ୟାସ ଥିଲା । ମୃତକଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ଓ ତାଙ୍କର ଶେଷ ଇଚ୍ଛା ପୂରଣ ପାଇଁ ତାଙ୍କ ଭାଇ ନିଖିଳ ଓ ଆକାଶ ସିଗାରେଟ୍ ଧରି ଶ୍ମଶାନ ପହଞ୍ଚି ଯାହା ଦେଖିଥିଲେ ସେଥିରେ ସେମାନଙ୍କ ପାଦ ତଳୁ ମାଟି ଖସିଯାଇଥିଲା ।
ଅଶ୍ୱିନୀ ଚିତା ନିକଟରେ ୩ ଜଣ ଆସନ ବିଛାଇ ବସିଥିଲେ ଓ ଜଳନ୍ତା ଚିତା, ଶବ ଓ ଭସ୍ମ ସହ ତନ୍ତ୍ର କ୍ରିୟା କରୁଥିଲେ । ଯେତେବେଳେ ସେମାନେ ସେଠାରେ ପହଞ୍ଚିଥିଲେ ସେତେବେଳେ ଜଣେ ସେଠାରୁ ଫେରାର ହୋଇଯାଇଥିଲା । କିନ୍ତୁ ଅନ୍ୟ ୨ ଜଣଙ୍କୁ ସେମାନେ କାବୁ କରି ନେଇଥିଲେ ଓ ପୋଲିସକୁ ଖବର ଦେଇଥିଲେ । ପୋଲିସ ୩ ତାନ୍ତ୍ରିକଙ୍କୁ ଧରି ଆଇପିସି ଧାରା ୨୯୭,୩୪ ଆଧାରରେ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.