ଭୁବନେଶ୍ୱର: କିଛି ଦିନର ବିରତୀ ପରେ ପୁଣି ଭିଜିବ ସାରା ଓଡ଼ିଶା । ପୁଣିଥରେ ପାଣି ଘେରରେ ସାରା ରାଜ୍ୟ ଉବୁଟୁବୁ ହେବାକୁ ଯାଉଛି । କାରଣ ଆସନ୍ତା ୧୮ ତାରିଖରୁ ଓଡ଼ିଶାକୁ ଆଉ ଏକ ବଡ଼ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ରାଜ୍ୟରେ ଲଘୁଚାପ ଯୋଗୁଁ ଆସନ୍ତା ୧୮ ତାରିଖରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
୧୮ବେଳକୁ #ଲଘୁଚାପ ସମ୍ଭାବନା !!
ଉତର-ପୂର୍ବ ତତ-ସଂଲଗ୍ନ ପୁର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ ରୁ ୭.୬କିମି ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି | ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳର #୧୮ତାରିଖ ବେଳକୁ ଏକ #ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି | pic.twitter.com/A6gxVzzyXE— Meteorological Centre, Bhubaneswar (@mcbbsr) August 16, 2023
ପାଣିପାଗ ବିଭାଗର ସୂଚନା ଅନୁସାରେ, ଉତ୍ତର-ପୂର୍ବ ତଥା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ତେଣୁ ଏହା ପ୍ରଭାବରେ ଆସନ୍ତା ୧୮ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଜାରି କରିଛି । ଆସନ୍ତା ୪ ଦିନ ମଧ୍ୟରେ ଉତ୍ତର ବଙ୍ଗୋପସାଗ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡ଼ିଶାବାସୀଙ୍କୁ ସତର୍କ ସୂଚନା ଜାରି ହୋଇଛି ।