fbpx

ଏହି ତାରିଖରେ ହେବ ସ୍ନାତକୋତ୍ତର ଶିକ୍ଷକ ପଦବୀ ନିଯୁକ୍ତି, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ହେବ ପରୀକ୍ଷା ?

ଭୁବନେଶ୍ୱର : ରାଜ୍ୟର ୪୮୮ବର୍ଗର ବେସରକାରୀ ମହାବିଦ୍ୟାଳୟ ଗୁଡ଼ିକର ସ୍ନାତକୋତ୍ତର ଶିକ୍ଷକ ପଦବୀରେ ନିଯୁକ୍ତି ପରୀକ୍ଷା ଆସନ୍ତାମାସ ୧୭ ତାରିଖରେ ଅନୁଷ୍ଠିତ ହେବ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଭୁବନେଶ୍ୱର ସମେତ ବାଲେଶ୍ୱର, ବ୍ରହ୍ମପୁର, ଭବାନୀପାଟଣା, କଟକ, ଜୟପୁର, କେନ୍ଦୁଝର, ରାଉରକେଲା ଏବଂ ସମ୍ବଲପୁର ଆଦି ୯ଟି ଜୋନରେ ଏହି ପରୀକ୍ଷା ଅନୁଷ୍ଠିତ ହେବ ।

ପ୍ରାର୍ଥୀମାନେ ଯେଉଁ ବିଷୟପାଇଁ ଆବେଦନ କରୁଛନ୍ତି ସେହି ବିଷୟରେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ସେମାନଙ୍କର ବିଏଡ୍ ଡିଗ୍ରୀ କିମ୍ବା ସମାନ ଯୋଗ୍ୟତା ଥିବା ଆବଶ୍ୟକ । ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ବିସ୍ତୃତ ସୂଚନା ପାଇଁ ପ୍ରାର୍ଥୀଙ୍କୁ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

ବୟସ ସୀମା-

ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା: ୨୧ ବର୍ଷ ବୟସ
ଆବେଦନ ପାଇଁ ସର୍ବାଧିକ ବୟସ ସୀମା: ୩୮ ବର୍ଷ ବୟସ

Get real time updates directly on you device, subscribe now.