fbpx

SC-ST ଆକ୍ଟରେ ମାମଲା ହୋଇଥିଲା ପଞ୍ଜୀକୃତ, କେଉଁ ଆଧାରରେ ମିଳିଲା କୃଷ୍ଣ ଶାସ୍ତ୍ରୀ ଭାଇଙ୍କୁ ଜାମିନ?

ଛତପୁର: ବାଗେଶ୍ୱର ଧାମର ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୁଷ୍ଣ ଶାସ୍ତ୍ରୀଙ୍କ ସାନ ଭାଇ ଶାଳିଗ୍ରାମ ଗର୍ଗଙ୍କୁ ଜାମିନ ମିଳିଥିବା କଥା ସାମ୍ନାକୁ ଆସିଛି । ଶାଳିଗ୍ରାମ ସମେତ ତାଙ୍କ ସାଙ୍ଗ ରାଜାରାମ ତିୱାରୀଙ୍କୁ ଛତପୁର ପୋଲିସ କିଛିଦିନ ତଳେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ଦୁଇ ଯୁବକଙ୍କୁ ପୀଡିତ ପରିବାର ବାହାଘର ସମାରୋହରେ ମାରପିଟ କରିବା ଏବଂ ଗାଳି ଗୁଲଜ କରିବାର ଅଭିଯୋଗରେ ଗିରଫ କରାଇଥିଲେ ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ଏକ ଭିଡିଓ ଭାଇରାଲ ହେଇଥିଲା ଯେଉଁ ଭିଡିଓରେ ଛତପୁର ଜିଲ୍ଲାର ଗଢା ଗାଁରେ ଆୟୋଜିତ ହୋଇଥିବା ଏକ ଦଳିତ ପରିବାରର ବିବାହ ହେଉଥିଲା । ଏହି ବିବାହରେ ଶାଳିଗ୍ରାମ, ଦେଶୀ କାଟ୍ଟାର କିଛି ଲୋକଙ୍କୁ ଧମକାଉଥିଲେ । ଏହାସହ ସେମାନଙ୍କୁ ଗାଳି ଗୁଲଜ କରି ମାରପିଟ ମଧ୍ୟ କରୁଥିବାର ଦେଖାଦେଇଥିଲା । ତେବେ ଭାଇରାଲ ଭିଡିଓ ଅନୁସାରେ ପିଡିତ ପରିବାର ଶାଳିଗ୍ରାମ ଏବଂ ତାଙ୍କ ବନ୍ଧୁ ରାଜାରାମ ତିୱାରୀଙ୍କ ଉପରେ ମାଡ଼ଗାଳି, ଧମକ ଦେବା, ଜୀବନରୁ ମାରିଦେବା ଧମକ, ସଂପତ୍ତିକୁ ନଷ୍ଟ କରିବା ଅଭିଯୋଗରେ ଧାରା ୨୯୪,୩୨୩,୫୦୬,୪୨୭ ସମେତ ଏସି-ଏସଟି ଆକ୍ଟ ଧାରା ୩(୧)(ଦ), ୩(୨)(ଧ), ୩(ଭିଏ) ଅନୁସାରେ ମାମଲା ପଞ୍ଜିକୃତ କରିଥିଲେ ।

ତେବେ ଏହି ମାମଲା ଗୁରୁବାର ଦିନ ପୋଲିସ ଉଭୟ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ଅଧିବେଶନ ବିଚାରପତି ଉପେନ୍ଦ୍ର ପ୍ରତାପ ସିଂଙ୍କ ନିକଟରେ ଉପସ୍ଥାପନ କରିଥିଲେ । କୋର୍ଟ ଶୁଣାଣି କରିବା ସମୟରେ ଦୁଇଜଣଙ୍କୁ ୨୫-୨୫ ହଜାର ଟଙ୍କାରେ ଜାମିନ୍ ଦେଇଛନ୍ତି । ଜାମିନ ଦେବା ସମୟରେ ଜର୍ଜ କହିଛନ୍ତି ଯେ, ଯେହେତୁ ଏମାନଙ୍କର ପୂର୍ବରୁ କୌଣସି ମାମଲା ନଥିଲା ଏବଂ ଏସି-ଏସଟି ଆକ୍ଟ ଅନୁଯାୟୀ ୭ବର୍ଷ ରୁ ଅଧିକ ଦଣ୍ଡନୀତି ବ୍ୟବସ୍ଥା ନାହିଁ ତେଣୁ ତାଙ୍କୁ ଶିଘ୍ର ଜାମିନ ମିଳିଗଲା । ଏହାକୁ ସରକାରୀ ଓକିଲ ପ୍ରବେଶ ଅହିରବାର ବିରୋଧ କରିଛନ୍ତି, ହେଲେ ଜର୍ଜ ବିହାରର ଏପରି ଏକ ମାମଲାକୁ ପୂର୍ବରୁ ଠିକ୍ କରିଥିବା କଥା କହି ଅପରାଧୀ ମାନଙ୍କୁ ବେଲ୍ କରିଛନ୍ତି । ତେଣୁ ପ୍ରବେଶ ଅହିରବାର କହିଛନ୍ତି ଯେ, ଏହି ମାମଲା କୋର୍ଟରେ ବଡ ମାମଲା ନଥିଲା ତେଣୁ ସେମାନଙ୍କୁ ଜାମିନ ଦିଆଯାଇଛି ।

Get real time updates directly on you device, subscribe now.