fbpx

ବିଶ୍ୱ ନଡିଆ ଦିବସରେ ଆସନ୍ତୁ ଜାଣିବା ନଡିଆର ଉପକାରିତା ବିଷୟରେ

Advertisement

ଓଡିଶା ଭାସ୍କର; ନଡିଆ ଏକ ଏପରି ଫଳ ଯାହାକୁ ଆପଣ ପୂଜା ଠାରୁ ଆରମ୍ଭ କରି ସ୍କିନ କେୟାରରେ ମଧ୍ୟ ବ୍ୟବହାର କରିପାରିବେ । ଏହାକୁ ଲୋକମାନେ ଖାଦ୍ୟରେ ମଧ୍ୟ ବ୍ୟବହାର କରିଥାନ୍ତି । ଏହାର ପାଣିକୁ ଲୋକମାନେ ପିଇ ଥାନ୍ତି । ଶୁଖିଲା ନଡିଆକୁ ମଧ୍ୟ ଲୋକମାନେ ଖାଦ୍ୟ ଭାବରେ ବ୍ୟବହାର କରିଥାନ୍ତି । ତେଣୁ ନଡିଆ ସବୁବେଳେ ଏକ ସ୍ୱାସ୍ଥ୍ୟକର ଫଳ । ଏଥିରେ ଏପରି କିଛି ଗୁଣ ଅଛି ଯାହା ଶରୀର ପାଇଁ ବହୁ ଉପଯୋଗୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ନଡିଆ ଆମ ସ୍ୱସ୍ଥ୍ୟ ପାଇଁ କିପରି ଲାଭଦାୟକ । ଏବଂ ନଡିଆରେ କେଉଁ ପ୍ରୋଟନ ଭରପୁର ମାତ୍ରାରେ ରହିଛି ।

  • ନଡିଆରେ ଆଣ୍ଟି ବ୍ୟାକଟେରିଆଲ ଏବଂ ଆଣ୍ଟି ଫଙ୍ଗସ ବହୁମାତ୍ରାରେ ଥାଏ । ତେଣୁ ଆପଣ ଏହାକୁ ତ୍ୱଚା ଏବଂ ଚୁଟିରେ ବ୍ୟବହାର କରିପାରିବେ । ଏହା ଆପଣଙ୍କ ମୁଣ୍ଡରେ ହେଉଥିବା ରୁପୀ ସମସ୍ୟାକୁ ଦୂର କରିଥାଏ । ନଡିଆ ତେଲକୁ ସ୍କିନରେ ଲଗାଇବା ଦ୍ୱାରା ଏହା କୁଣ୍ଡିଆ ପରି ସମସ୍ୟା ଦୂର କରେ ।
  • ଆଣ୍ଟି ଅକ୍ସାଇଟରେ ଭରପୁର ହୋଇଥିବା ନଡିଆ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦାନକାରୀ ହୋଇଥାଏ । ଏହା ମେଟାପଲିଜିମକୁ ବଢାଇଥାଏ । ଏଥିରେ ଫାଇବର ଥିବାରୁ ଏହା ୱେଟ ଲସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
  • ନଡିଆ ପାଣି ପିଇବା ଦ୍ୱାରା ଏହା ଆପଣଙ୍କ ବ୍ଲାଡର ସମସ୍ୟା ଦୂର କରିଥାଏ । ଏହା ଛଡା ନଡିଆ ପାଣିରେ ଇଲେକ୍ଟ୍ରୋଲାଟ ଥାଏ । ଯାହାକୁ ପିଇବା ଦ୍ୱାରା ଆମ ସ୍ୱାସ୍ଥର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ।
  •  ନଡିଆରେ ଓମେଗା-୩ ଥାଏ । ଯାହା ଆପଣଙ୍କ ଶରୀରରେ ଅନେକ ପ୍ରକାର କାମ କରିଥାଏ । ଏହା ଆପଣଙ୍କ ମତିସ୍କ ସ୍ୱାସ୍ଥ୍ୟକୁ ଭଲ ରଖିଥାଏ । ଏହା ସହିତ ଏହା ଆପଣଙ୍କ ତନ୍ତ୍ରୀକା ଏବଂ କୋଶିକାକୁ ସୁସ୍ଥ ରଖିଥାଏ ।
  • ନଡିଆ ପାଣି ହେଉ କିମ୍ବା କଞ୍ଚା ନଡିଆ ଏଥିରେ ଭରପୁର ମାତ୍ରାରେ ମ୍ୟାଗାନିଜ ଥାଏ । ଏହା ଶରୀରରେ ଥିବା ଟିସୁ, ହାଡ, ରକ୍ତର କାରକରୁ ପ୍ରସ୍ତୁତ କରିଥାଏ । ଏହା ବ୍ଲଡ ସୁଗାରକୁ ମଧ୍ୟ ସନ୍ତୁଳିତ କରିଥାଏ । ତେଣୁ ଆପଣଙ୍କୁ ପ୍ରତି ଦିନ ନଡିଆ ସେବନ କରିବା ଆବଶ୍ୟକ ।

Get real time updates directly on you device, subscribe now.