fbpx

ପୁଣିଥରେ ବଢ଼ିଲା ମାଗଣାରେ ଆଧାର ଅପଡେଟ୍ କରିବାର ଡେଡଲାଇନ୍, ଜାଣନ୍ତୁ ନୂଆ ତାରିଖ

ନୂଆଦିଲ୍ଲୀ: ଆଧାର ବ୍ୟବହାରକାରୀଙ୍କ ପାଇଁ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । ୟୁଆଇଡିଏଆଇ ପୁଣିଥରେ ଆଧାର କାର୍ଡକୁ ମାଗଣାରେ ଅପଡେଟ୍ କରିବାର ସମୟସୀମା ବୃଦ୍ଧି କରିଛି । ଏହାପୂର୍ବରୁ ଏହାର ସମୟସୀମା ୧୪ ଜୁନ୍ ୨୦୨୪ ରେ ଶେଷ ହେଉଥିଲା, ଯାହା ବର୍ତ୍ତମାନ ତିନିମାସ ଅର୍ଥାତ୍ ୧୪ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ବର୍ତ୍ତମାନ ଆଧାର କାର୍ଡଧାରୀମାନେ ୧୪ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ମାଗଣାରେ ଆଧାରକୁ ଅପଡେଟ୍ କରିପାରିବେ ।

ସୂଚନାଯୋଗ୍ୟ ଯେ ଆଧାର ପ୍ରଦାନକାରୀ ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ର ଅଫିସିଆଲ୍ ୱେବସାଇଟ୍ ରେ ଦିଆଯାଇଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ଆଧାର ବ୍ୟବହାରକାରୀମାନେ ୧୪ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ମାଗଣାରେ ଆଧାର ଅପଡେଟ୍ କରିପାରିବେ ।

ଆଧାର କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆଇଡି ଯାହା ସରକାରୀ ଯୋଜନା ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ, ଟ୍ରାଭେଲ ଟିକେଟ ବୁକିଂ ଏବଂ ଭ୍ରମଣ ଇତ୍ୟାଦି ପର୍ଯ୍ୟନ୍ତ ବ୍ୟବହୃତ ହୁଏ । ଏଥିରେ, ନାମ, ଲିଙ୍ଗ, ଠିକଣା, ବୟସ ଏବଂ ବାୟୋମେଟ୍ରିକ୍ ସୂଚନା ଇତ୍ୟାଦି ପ୍ରତ୍ୟେକ ବ୍ୟକ୍ତିଙ୍କ ଜନସଂଖ୍ୟା ବିବରଣୀ ରେକର୍ଡ କରାଯାଇଛି । ଆଧାରର ବଢ଼ୁଥିବା ଗୁରୁତ୍ୱ ହେତୁ ଏହାକୁ ଅପଡେଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.