ଦିନେ ଥିଲେ କୁଲି… ତା’ ପରେ ବସ୍ କଣ୍ଡକ୍ଟର, ଆଜି ପାଖରେ ବିଳାସପୂର୍ଣ୍ଣ କାର କଲେକସନ୍, ଜାଣନ୍ତୁ ଏହି ସାଉଥ୍ ସୁପରଷ୍ଟାରଙ୍କ ନେଟ୍ ୱେର୍ଥ କେତେ ?
ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତ । ଥାଲାଇଭା ନାଁରେ ସେ ବେଶ ପରିଚିତ । ତାଙ୍କର ଉକ୍ରୃଷ୍ଟ ଅଭିନୟ ଏବଂ ଅନନ୍ୟ ଅନ୍ଦାଜ କେବଳ ଟଲିଉଡ୍ କି ବଲିଉଡ୍ ନୁହେଁ ବରଂ ବିଦେଶରେ ଥିବା ଫ୍ୟାନ୍ସଙ୍କୁ ବି ମନ୍ତ୍ରମୁଗ୍ଧ କରିଛି । ତାଙ୍କ କ୍ୟାରିୟରରେ ସେ ଅନେକ ସଂଘର୍ଷର ସାମ୍ନା କରିଛନ୍ତି । ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସରେ ରେକର୍ଡ଼ ବ୍ରେକ୍ କରେ । ଆଜି ସେ ତାଙ୍କ ୭୪ତମ ଜନ୍ମଦିନ ପାଳନ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିନେତା ଜଣଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ବଜାୟ ରଖିଛନ୍ତି ।
୧୯୫୦ ଡିସେମ୍ବର ୧୨ରେ ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ରଜନୀକାନ୍ତ । ତାଙ୍କ ପ୍ରକୃତ ନାଁ ଶିବାଜୀ ରାଓ ଗାୟକୱାଡ଼ । ପିତାଙ୍କ ନାଁ ରାମୋଜୀ ରାଓ ଗାୟକୱାଡ଼ । ପେଶାରେ ସେ ଜଣେ ହାବିଲଦାର ଥିଲେ । ରଜନୀକାନ୍ତଙ୍କ ମାଆ ଜୀଜାବାଇଙ୍କ ଦେହାନ୍ତ ପରେ ପରିବାରେ ଯେମିତି ଭାଙ୍ଗିଯାଇଥିଲା । ରଜନୀକାନ୍ତଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ସେ ପରିବାରରେ ସବୁଠାରୁ ସାନ ଥିବା ବେଳେ ତାଙ୍କର ୨ଟି ବଡ଼ ଭାଇ ଏବଂ ଜଣେ ଭଉଣୀ ଅଛି । ତାଙ୍କ ପରିବାରର ଅର୍ଥିକ ସ୍ଥିତି ବହୁତ ଦୁର୍ବଳ ଥିବା ଯୋଗୁଁ ରଜନୀକାନ୍ତ କମ୍ ବୟସରୁ ହିଁ ପାଠପଢ଼ା ବ୍ୟତୀତ ଘର ଖର୍ଚ୍ଚ ଚଳାଇବା ପାଇଁ ଅନ୍ୟ କାମ କରୁଥିଲେ । ମାଆଙ୍କ ଦେହାନ୍ତ ପରେ କିଛି ଦିନ ପର୍ଯ୍ୟନ୍ତ ସେ କୁଲି କାମ କରିଥିଲେ । ଏହା ପରେ ସେ ବେଙ୍ଗାଲୁରୁ ପରିବହନ ସେବା(BTS)ରେ ବସ୍ କନଣ୍ଡକ୍ଟର ଭାବେ କାମ କରୁଥିଲେ । ଏହା ସତ୍ତ୍ୱେ ଅଭିନୟ ପ୍ରତି ଥିବା ତାଙ୍କ ରୁଚି କେବେ ମଳିନ ହୋଇନଥିଲା । ୧୯୭୩ରେ ସେ ମାଦ୍ରାସ ଫିଲ୍ମ ଅନୁଷ୍ଠାନରେ ଅଭିନୟରେ ଡିପ୍ଲୋମା କରିବା ପାଇଁ ଆଡମିସନ୍ କରାଇଥିଲେ । ଏହା ପରେ ସେ ତାମିଲ କହିବା ଶିଖିଥିଲେ । କିନ୍ତୁ ଫିଲ୍ମ ପାଇଁ ସେ ନିଜ ନାଁ ବି ପରିବର୍ତ୍ତନ କରିଥିଲେ । ୧୯୭୫ରେ ତାଙ୍କର ପ୍ରଥମ ତାମିଲ ଫିଲ୍ମ ‘ଅପୁର୍ବା ରଙ୍ଗଗଲ’ ରିଲିଜ୍ ହୋଇଥିଲା । ଏଥିରେ ସହାୟକ ଭୂମିକା ତୁଲାଇଥିଲେ । ତାଙ୍କ ଚରିତ୍ରକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଏହା ପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଅଫର ମିଳିଥିଲା । ୧୯୮୩ରେ ସେ ‘ଅନ୍ଧା କାନୁନ୍’ ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ । ‘ଦୋସ୍ତି ଦୁଶମନୀ’, ‘ବୁଲନ୍ଦି’, ‘ଗିରଫତାର’, ‘ଫୁଲ ବନେ ଅଙ୍ଗାରେ’, ‘ଇନସାଫ୍ କୌନ୍ କରେଗା’, ‘ଚାଲବାଜ୍’, ‘ରୋବଟ୍’, ‘୨.୦’, ‘ଶିବାଜୀ: ଦି ବସ୍’, ‘ଜେଲର’ ଭଳି ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି । ସିନେମା ପ୍ରତି ତାଙ୍କ ଯୋଗଦାନ ପାଇଁ ୨୦୦ରେ ତାଙ୍କୁ ପଦ୍ମଭୂଷଣ ଏବଂ ୨୦୧୬ରେ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଥିଲା ।
ରଜନୀକାନ୍ତଙ୍କ କ୍ୟାରିୟର ଏବଂ ନେଟ୍ ୱେର୍ଥ
କ୍ୟାରିୟର ପ୍ରାରମ୍ଭରେ ରଜନୀକାନ୍ତ ଗୋଟିଏ ଫିଲ୍ମ ପାଇଁ ୨୦୦୦ ଟଙ୍କା ଚାର୍ଜ କରୁଥିଲେ । ବର୍ତ୍ତମାନ ସେ ଜଣେ ସଫଳ ଅଭିନେତା ଏବଂ ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଚାର୍ଜ କରିଥାନ୍ତି । ବର୍ତ୍ତମାନ ସେ ସବୁଠାରୁ ମହଙ୍ଗା ଅଭିନେତା ମଧ୍ୟରୁ ଅନ୍ୟତମ । ତାଙ୍କୁ ରୟସ ଫାଣ୍ଟମ(୧୬.୫ କୋଟି), ରୋଲ୍ସ ରାୟସ ଘୋଷ୍ଟ(୬ କୋଟି), ବେଣ୍ଟଲେ ଲିମୌସିନ୍(୨୨ କୋଟି), ବିଏମଡବଲୁ୍ୟ ଏକ୍ସ ୫, ମରସିଡିଜ୍ ବେଞ୍ଜ୍ ଜି ୱାଗନ୍ ଭଳି ବିଳାସପୂର୍ଣ୍ଣ କାର କଲେକସନ୍ସ ରହିଛି । ଚେନ୍ନାଇରେ ତାଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି । ଏହି ପ୍ରପର୍ଟିର ମୂଲ୍ୟ ପ୍ରାୟ ୩୫ କୋଟି ଟଙ୍କା ହେବ । ଏହା ବ୍ୟତୀତ ସେ ଏକ ବିବାହ ହଲ୍(ରାଘବେନ୍ଦ୍ର ମଣ୍ଡପମ୍)ମଧ୍ୟ ଚଲାଉଛନ୍ତି ଯାହାର ମୂଲ୍ୟ ୨୦ କୋଟି ଟଙ୍କା ହେବ । ତାଙ୍କର ନେଟ୍ ୱର୍ଥ ୪୩୦ କୋଟି ଟଙ୍କା ହେବ । ବର୍ତ୍ତମାନ ରଜନୀକାନ୍ତ ୨୦୨୫ରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘କୁଲି’ର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ଶେଷ ଥର ପାଇଁ ତାଙ୍କୁ Vettaiyanରେ ଦେଖିବାକୁ ମିଳିଥିଲା ।