fbpx

ଦିନେ ଘର ଭଡ଼ା ଦେବା ପାଇଁ ଥିଲେ ଅସମର୍ଥ, ଆଜି ଗୋଟିଏ ଏପିସୋଡ୍ କରି ମାଲାମାଲ ହେଉଛନ୍ତି ଏହି କମେଡିଆନ୍

ଓଡ଼ିଶା ଭାସ୍କର: ଟିଭି ଜଗତରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ଏହି ବଲିଉଡ ସେଲିବ୍ରିଟି ନିଜ କ୍ୟାରିୟର ପ୍ରାରମ୍ଭରେ ଅନେକ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା । ସମୟକ୍ରମେ ସେ ନିଜ କମେଡି ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ । ସେ ହେଉଛନ୍ତି ସମସ୍ତଙ୍କ ଲୋକପ୍ରିୟ କୃଷ୍ଣା ଅଭିଷେକ ।

କୃଷ୍ଣା ଅଭିଷେକ ଆଜି ଟପ୍ କମେଡିଆନଙ୍କ ମଧ୍ୟରେ ଅନ୍ୟତମ । ସେ ହେଉଛନ୍ତି ବଲିଉଡର ବିଶିଷ୍ଟ ଅଭିନେତା ଗୋବିନ୍ଦାଙ୍କ ଭଣଜା । କ୍ୟାରିୟର ପାଇଁ ସଂଘର୍ଷ କରୁଥିବା ସମୟରେ ଲୋକମାନେ ତାଙ୍କୁ ଗୋବିନ୍ଦାଙ୍କ ମାଧ୍ୟମରେ ଚିହ୍ନୁଥିଲେ । ପରେ କମେଡି ସର୍କସ, ଏଣ୍ଟରଟେନମେଣ୍ଟ କେ ଲିଏ କୁଛ ଭି କରେଗା ଏବଂ ଦି କପିଲ ଶର୍ମା ଶୋ’ ମାଧ୍ୟମରେ ଲୋକପ୍ରିୟତା ହାସଲ କଲେ । ମାତ୍ର ୨ ବର୍ଷର ଥିବା ବେଳେ କୃଷ୍ଣା କର୍କଟ ରୋଗ ସହ ସଂଘର୍ଷ କରୁଥିବା ନିଜ ମାଆଙ୍କୁ ହରାଇଥିଲେ । ଟେଲିଭିଜନ ଶୋ’ ‘ଜଷ୍ଟ ମୋହବତ୍’ ମାଧ୍ୟମରେ ସେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ କମେଡି ସର୍କସରୁ ତାଙ୍କୁ ଷ୍ଟାରଡମ୍ ମିଳିଥିଲା । କୃଷ୍ଣା କେବଳ ଟେଲିଭିଜନ ଶୋ’ ନୁହେଁ ବରଂ ବଲିଉଡ ଏବଂ ଭୋଜପୁରୀ ଫିଲ୍ମରେ ଅଭିନୟ କରିଛନ୍ତି । ବଲିଉଡରେ ‘ୟେ କୈସି ମୋହବତ ହୈ’ ଫିଲ୍ମରୁ ଡେବୁ୍ୟ କରିଥିଲେ । ଯାହା ବକ୍ସ ଅଫିସରେ ଫ୍ଲପ୍ ରହିଥିଲା । ଏହା ପରେ ସେ ବଲିଉଡ ଛାଡ଼ି ଅନେକ ଭୋଜପୁରୀ ଫିଲ୍ମରେ ଅଭିନୟ କରିଥିଲେ । ଏହା ପରେ କୃଷ୍ଣା ଅଭିଷେକ ଲଗାତାର ଫ୍ଲପ୍ ଫିଲ୍ମ ଦେବା ପରେ ବଲିଡକୁ ଫେରିଲେ । ସେ ନିଜ କ୍ୟାରିୟରରେ କେବଳ ଗୋଟିଏ ହିଟ୍ ଫିଲ୍ମ ଦେଇଛନ୍ତି । ସେ ଦୀର୍ଘ ସମୟ ଧରି ଇଣ୍ଡଷ୍ଟ୍ରିର ଅଂଶବିଶେଷ ରହିଥିବା ବେଳେ ଦର୍ଶକଙ୍କୁ ନିଜ କମେଡି ଏବଂ ଭିନ୍ନ ଭିନ୍ନ ଚରିତ୍ର ମାଧ୍ୟମରେ ମନୋରଞ୍ଜନର ଖୁରାକ୍ ଯୋଗାଇ ଆସୁଛନ୍ତି । ବିଶେଷ କରି ଦି କପିଲ ଶର୍ମା ଶୋ’ରେ ତାଙ୍କ ଚରିତ୍ର ଏବଂ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ।

ରିପୋର୍ଟରୁ ପ୍ରକାଶ କୃଷ୍ଣା ଅଭିଷେକ, ଦି କପିଲ ଶର୍ମା ଶୋ’ର ଗୋଟିଏ ଏପିସୋଡ୍ ପାଇଁ ୧୨ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । ବର୍ତ୍ତମାନ ସେ ଟିଭି ଜଗତରେ ହାଇଏଷ୍ଟ୍ ପେଡ୍ ସେଲିବ୍ରିଟିଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର ମୋଟ୍ ସମ୍ପତ୍ତି ୪୦ କୋଟି ଟଙ୍କା ଏବଂ ସେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଛନ୍ତି ।

Get real time updates directly on you device, subscribe now.