fbpx

ବଜ୍ରପାତରେ ଜଣେ ମୃତ, ବିଲକୁ କାମ କରିବାକୁ ଯାଇଥିବାବେଳେ ଅଘଟଣ

ଓଡ଼ିଶା ଭାସ୍କର(ସୋର): ସକାଳୁ ସକାଳୁ ବାଲେଶ୍ୱର ସୋରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହରିଶ ମଲ୍ଲିକ ବୋଲି ଜଣାପଡ଼ିଛି। ବାଲେଶ୍ଵର ସୋରସ୍ଥିତ ନଟାପଡ଼ା ପଞ୍ଚାୟତ ୱାଦା ଗାଁରେ ଏହି ଅଘଟଣ ଘଟିଛି। ସୂଚନାନୁଯାୟୀ, ବିଲକୁ କାମ କରିବାକୁ ଯାଇଥିବାବେଳେ ଏହି ବଜ୍ରପାତ ଘଟିଥିଲା। ଫଳରେ ହରିଶ ଏହି ବଜ୍ରପାତର ଶିକାର ହୋଇଥିଲେ। ଏହାପରେ ତତକ୍ଷଣାତ୍ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସୋର ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ଯୋଗୁଁ ରାଜ୍ୟରେ ୧୧ ଜଣଙ୍କ ପ୍ରାଣ ଯାଇ ସାରିଛି। ସେହିଭଳି ଗତକାଲି କଟକରେ ଅପରାହ୍ଣ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହେବା ସହ ବିଜୁଳିର ପ୍ରକୋପ ମଧ୍ୟ ଦେଖିବାକୁ ମିଳିଥିଲା । ଫଳରେ ରାଜ୍ୟ ପାଣିପାଗ ବିଭାଗ ମଧ୍ୟ ବଜ୍ରପାତ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ସତର୍କ କରିଛି ।

Get real time updates directly on you device, subscribe now.