fbpx

ରଥଟଣା ବେଳେ ଅଘଟଣ :ଜଣେ ଶ୍ରଦ୍ଧାଳୁ ମୃତ, ୪୦୦ ଜଣ ଆହତ

ପୁରୀ : ବିଶ୍ୱ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସମୟରେ ଅଘଟଣ । ଜଣେ ଶ୍ରଦ୍ଧାଳୁ ମୃତ । ତାଳଧ୍ବଜ ରଥଟଣାବେଳେ ଅଣନିଶ୍ବାସୀ ହୋଇ ଜଣେ ମୃତ । ନନ୍ଦିଘୋଷ ରଥ ଆଗରେ ଦଳାଚକଟା ସ୍ଥିତି । ୪୦୦ ଭକ୍ତ ଆହତ  ସୂଚନା । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବାବେଳେ ଚଳିତବର୍ଷ ଦୁଇଦିନ ଧରି ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ରବିବାର ରଥଟଣା ବନ୍ଦ ହୋଇଥିବାବେଳେ ସୋମବାର ପୁଣିଥରେ ରଥ ଟଣା ହେବ ।

ତେବେ ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଏଥିରେ ଗୁରୁତର ହୋଇଛନ୍ତି। ବଳଭଦ୍ରଙ୍କ ତାଳଧ୍ବଜ ରଥ ପ୍ରଥମେ ଟଣା ହୋଇଥିଲା। ଏହି ସମୟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ଅଣନିଃଶ୍ବାସୀ ହୋଇ ଭକ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ପହଞ୍ଚିଛନ୍ତି।

ସେହିପରି ଆଜି ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ ତାଙ୍କ ମଞ୍ଚ ନିକଟକୁ ଲାଗି ରହିଥିବା ଷ୍ଟିଲ୍‌ ବ୍ୟାରିକେଡ୍‌ ପଡ଼ିଯାଇଥିଲା। ଏଠାରେ ପ୍ରବଳ ଭିଡ଼ ରହିଥିବା ବେଳେ କିଛି ଲୋକେ ବ୍ୟାରିକେଡ୍‌ ଉପରେ ଚଢ଼ିଯାଇଥିଲେ। ପୁଲିସ ମଧ୍ୟ ଏହି ବ୍ୟାରିକେଡ୍‌ ଡେଇଁବା ‌ଫଳରେ ବ୍ୟାରିକେଡ୍‌ ଭକ୍ତଙ୍କ ଉପରେ ପଡ଼ିଯାଇଥିଲା। ଏଠାରେ କିଛି ଭକ୍ତ ମଧ୍ୟ ଆହତ ହୋଇ ଡାକ୍ତରଖାନାକୁ ଆସିଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଷଷ୍ଠ ଓଡ଼ିଶା ଆଇଆର୍‌ବି ବାଟାଲିୟନର ସିପାହୀ ନିରାକାରପୁରର ଅରୁଣ ବେହେରା(୪୨) ବଡ଼ଠାକୁରଙ୍କ ବାହାର କର୍ଡନ ରଶି ସହିତ ଆଗକୁ ଆସୁଥିଲେ। ଏହି ସମୟରେ ଜଣେ ଭକ୍ତ କର୍ଡନ ରଶିକୁ ଧରି ଟାଣିବା ସମୟରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ ଶ୍ରଦ୍ଧାଳୁ ଚଢ଼ିଯାଇଥିଲେ। ଫଳରେ ତାଙ୍କର ବାମ ଗୋଡ଼ ଭାଙ୍ଗିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅପେକ୍ଷାର ଅନ୍ତ ଘଟିଛି। ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି। ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି। ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର। ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ। ବିଶ୍ଵର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀକୁ ଛୁଟି ଆସିଛନ୍ତି।

 

 

Get real time updates directly on you device, subscribe now.