fbpx

‘ୱାନ୍ ଇଣ୍ଡିଆ ୱାନ୍ ଟିକେଟ୍’ର ଜବରଦସ୍ତ ସୁବିଧା ଲଞ୍ଚ୍, ଟ୍ରେନ୍ ଟିକେଟ୍ ସହ ବୁକ୍ ହୋଇପାରିବ ମେଟ୍ରୋ ଟୋକନ୍, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଭାରତରେ ଉଭୟ ରେଳ ଓ ମେଟ୍ରୋ ଯାତ୍ରୀଙ୍କ ପାଇଁ ଖୁସି ଖବର । IRCTC ଏବଂ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ଦ୍ୱାରା ‘ୱାନ୍ ଇଣ୍ଡିଆ ୱାନ୍ ଟିକେଟ୍’ ସୁବିଧା ଯାତ୍ରୀଙ୍କ ପାଇଁ ଲଞ୍ଚ୍ କରିଛି । ଏହି ସୁବିଧା ଅନ୍ତର୍ଗତ ଯାତ୍ରୀ ୪ ମାସ ପୂର୍ବରୁ ଟିକେଟ ବୁକ୍ କରି ପାରିବେ ।

ଭାରତୀୟ ରେଳବାଇ ଏବଂ ଦିଲ୍ଲୀ ମେଟ୍ରୋ ଲଗାତାର ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ଯୋଜନା କରିଛନ୍ତି । ଏହି କ୍ରମରେ IRCTC ଏବଂ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ମିଳିତ ଭାବେ ୱାନ୍ ଇଣ୍ଡିଆ ୱାନ୍ ଟିକେଟ୍ ଲଞ୍ଚ୍ କରିଛନ୍ତି । ଏହି ସୁବିଧା ପ୍ରଥମେ ଦିଲ୍ଲୀ ଏନସିଆର ଅଞ୍ଚଳରୁ ଆରମ୍ଭ କରାଯାଇଛି । ଏହି ସୁବିଧା ଅନ୍ତର୍ଗତ ଯାତ୍ରୀ ଟ୍ରେନ୍ ଟିକେଟ ବୁକ୍ କରିବା ସମୟରେ ରେଳ ଷ୍ଟେସନରୁ ଘରକୁ ଯିବା ପାଇଁ ମେଟ୍ରୋ ଟିକେଟ୍ ମଧ୍ୟ ବୁକ୍ କରିପାରିବେ । ବିଶେଷ କଥା ହେଉଛି ଦିଲ୍ଲୀ ମେଟ୍ରୋରେ କୁ୍ୟ ଆର୍ କୋଡ୍ ଟୋକନ୍ ବୁକ୍ ହେବା ସହ ଅନଲାଇନ୍ ଟ୍ରେନ୍ ଟିକେଟରେ ଯାତ୍ରୀଙ୍କ ବୁକିଂ ଦେଖାଇବ । ଏହା ଦ୍ୱାରା ଯାତ୍ରା ସହଜ ହେବ । ତେବେ କୁ୍ୟ ଆର୍ କୋଡ୍ ଟିକେଟ୍ ୪ ମାସ ପୂର୍ବରୁ IRCTC ୱେବସାଇଟକୁ ଯାଇ ବୁକ୍ କରିପାରିବା । ଏହି ଟିକେଟ ୪ ଦିନ ପର୍ଯ୍ୟନ୍ତ ବୈଧ ରହିବ । କୌଣସି ପରିସ୍ଥିତିରେ ଟ୍ରେନ୍ ବିଳମ୍ବ ହେଲେ ଟିକେଟର ଯାତ୍ରୀ ଟିକେଟର ଲାଭ ଉଠାଇପାରିବେ । ଏହା ସହ ଟିକେଟ୍ ବାତିଲ କରିବାର ସୁବିଧା ବି ଉପଲବ୍ଧ ହେବ ।

 

Get real time updates directly on you device, subscribe now.