fbpx

(Video) ଜଣେ ଏୟାର ହୋଷ୍ଟେସଙ୍କ ପ୍ରାଇଭେଟ ପାର୍ଟରୁ ୧ କେଜି ସୁନା ଜବତ

ନୂଆଦିଲ୍ଲୀ: ଆଜିକାଲିର ଅପରାଧୀମାନେ ନୂଆ ନୂଆ ତରିକାରେ ଅପରାଧ ଘଟାଉଛନ୍ତି । ପୋଲିସ ଯେତିକି ଚାଲାକ ହେଉଛି ଅପରାଧୀମାନେ ତାଙ୍କ ଠାରୁ ଆହୁରି ବଳି ଯାଉଛନ୍ତି । ତେବେ ଏହା ମଧ୍ୟରେ ଏକ ନୂଆ ଷ୍ଟାଇଲର ଅପରାଧ ସାମ୍ନାକୁ ଆସିଛି । ଜଣେ ଏୟାର ହୋଷ୍ଟେସଙ୍କ କଳାକାରନାମା ବିଷୟରେ ଶୁଣିଲେ ଆପଣମାନେ ବି ଚକିତ ହୋଇ ପଡ଼ିବେ । ଟଙ୍କା ଲୋଭରେ ଜଣେ ମଣିଷ ଯେ ଏତେ ତଳକୁ ଖସି ଯାଇପାରେ ତାହା ପ୍ରମାଣିତ ହୋଇଛି ।

ସୂଚନା ମୁତାବକ, କେରଳର କନ୍ନୁର ବିମାନବନ୍ଦରରେ ଜଣେ ଏୟାର ହୋଷ୍ଟେସଙ୍କ ପ୍ରାଇଭେଟରୁ ୧ କେଜି ସୁନା ଜବତ ହୋଇଛି । ଏହି ଏୟାର ହୋଷ୍ଟେସ ଜଣଙ୍କ ଅପରାଧର ନୂଆ ତରିକା ଆପଣାଇବା ପରେ ଧରାପଡ଼ିଛନ୍ତି । ନିଜର ପ୍ରାଇଭେଟ ପାର୍ଟରେ ଯୁବତୀ ଏୟାର ହୋଷ୍ଟେସ ଜଣଙ୍କ ଏହି ବିପୁଳ ପରିମାଣର ସୁନା ଲୁଚାଇ ରଖିଥିଲେ । ୯୬୦ ଗ୍ରାମ ଓଜନର ଏହି ସୁନାକୁ ଏକ ସ୍ୱତନ୍ତ୍ର ଆକାର ଦିଆଯାଇଥିଲା । ପୁରୁଷ ଗୁପ୍ତାଙ୍ଗର ଆକାର ଦିଆଯାଇ ନିଜ ପ୍ରାଇଭେଟ ପାର୍ଟରେ ଏୟାର ହୋଷ୍ଟେସ ଜଣଙ୍କ ବଡ଼ ମଜାର ଏହି ସୁନାକୁ ଚାଲାଣ କରୁଥିଲେ । ଏୟାର ହୋଷ୍ଟେସ ଜଣଙ୍କ ଏୟାର ଇଣ୍ଡିଆ ଏକ୍ସପ୍ରେସର ଜଣେ କର୍ମଚାରୀ । ପୋଲିସ ଏବେ ଏହି ମହିଳାଙ୍କୁ ଗିରଫ କରିବା ସହିତ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ପଠାଇଛି । ଏହି ସୁନାକୁ ଦେଖିବା ପରେ ଏୟାରପୋର୍ଟର ସୁରକ୍ଷାକର୍ମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Get real time updates directly on you device, subscribe now.