ଦନ୍ତା ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ଖୋର୍ଦ୍ଧା,୩ ।୪(ଓଡିଶା ଭାସ୍କର): ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡାର ରାମଚଣ୍ଡି ଗାଁରେ ଦନ୍ତା ଉତ୍ପାତ ଦେଖିବାକୁ ମିଳିଛି । ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦନ୍ତା ଆକ୍ରମଣକୁ ନେଇ ଗାଁରେ ଚାପା ଉତ୍ତେଜନା ଆରମ୍ଭ ହୋଇଛି ।

ଖବର ମୁତାବକ, ରାମଚଣ୍ଡି ଗାଁରେ ଆଜି ସକାଳ ୫ଟାରେ ହାତୀ ଆକ୍ରମଣ ହୋଇଥିଲା । ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ଓଲା ବେହେରାଙ୍କ ପତ୍ନୀ ମଞ୍ଜୁ ବେହେରା ।