fbpx

ଅଜବ ବିବାହ: ଗୋଟିଏ ମଣ୍ଡପରେ ଦୁଇ କନ୍ୟାଙ୍କୁ ବିବାହ କଲେ ଯୁବକ

Advertisement

ନୂଆଦିଲ୍ଲୀ, ୨୭ା୪: ଅନେକ ସମୟରେ ଆମ ଦେଶରେ ବିଭିନ୍ନ ପ୍ରକାରର କୌତୁହଳପୂର୍ଣ୍ଣ ବିବାହ ଦେଖିବାକୁ ମିଳିଥାଏ । ସେହିପରି ଏକ ଅଜବ ବିବାହ ରାଜସ୍ଥାନର ବାଂସୱାଡ଼ା ସହରରେ ଅନୁଷ୍ଠିତ ହୋଇଛି । ଜଣେ ଯୁବକ ଦୁଇଜଣ କନ୍ୟାଙ୍କୁ ଗୋଟିଏ ମଣ୍ଡପରେ ବିବାହ କରିଛନ୍ତି । ଏହି ବିବାହକୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ବାଂସୱାଡ଼ାର ଆଦିବାସୀ ଅଞ୍ଚଳରେ ଜଣେ ଯୁବକ ଏକାଧିକ ଯୁବତୀଙ୍କୁ ବିବାହ କରିବାର ପ୍ରଥା ରହିଛି । ସ୍ଥାନୀୟ କଡଦା ଗ୍ରାମର ଦିନେଶ ନାମକ ଜଣେ ଯୁବକ ନିକଟସ୍ଥ ଗ୍ରାମର ସୀତା ଓ ଗୀତାଙ୍କୁ ବିବାହ କରିଛନ୍ତି । ଉଭୟ ଯୁବତୀ ଦୁଇଟି ଅଲଗା ଅଲଗା ଗ୍ରାମର ଅଟନ୍ତି । ଏହି ବିବାହ ଉତ୍ସବରେ ଆଦିବାସୀ ସମାଜର ସମସ୍ତ ବନ୍ଧୁ ପରିଜନମାନେ ଉପସ୍ଥିତ ଥିଲେ । ବିବାହିତ ପୁରୁଷ ଓ ନାରୀଙ୍କୁ ମଧ୍ୟ ବିବାହ କରିବାର ପ୍ରଥା ଏହି ସମ୍ପ୍ରଦାୟରେ ପ୍ରଚଳିତ ଅଛି । ପୂର୍ବରୁ ଏହି ସମ୍ପ୍ରଦାୟର ଅନେକ ଯୁବକ ଏକାଧିକ ମହିଳାଙ୍କୁ ବିବାହ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.