ଭୁବନେଶ୍ୱର,୫/୫(ଓଡିଶା ଭାସ୍କର): ରାଜ୍ୟ ରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି । ଚିହ୍ନଟ ଆକ୍ରାନ୍ତ ଜଣକ ରାଉରକେଲାର। ସେ ପୁରୁଷ ହୋଇଥିବା ବେଳେ ତାଙ୍କ ବୟସ ୪୯। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪ରେ ପହଞ୍ଚିଥିବା ବେଳେ ୬୦ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଓଡ଼ିଶାରେ ଏବେ ଆକ୍ଟିଭ କେସ୍ ୧୧୩ ରହିଛି ।
3rd Health Update, 5th May
One Positive Case in Rourkela
49 yr Male
(Kolkata returnee. In quarantine)Contact tracing and follow-up action is being done.
Total Positive Case: 174
— I & PR Department, Odisha (@IPR_Odisha) May 5, 2020