fbpx

ଚିନ୍ତା ବଢ଼ାଉଛି କରୋନାର ବ୍ରିଟେନ ଷ୍ଟ୍ରେନ: ଭୁବନେଶ୍ୱରରୁ ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୭ା୧୨ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ପ୍ରଭାବ କମିଆସୁଥିବା ବେଳେ ଚିନ୍ତା ବଢ଼ାଉଛି ବ୍ରିଟେନରେ ସୃଷ୍ଟି ହୋଇଥିବା ନୂଆ ଷ୍ଟ୍ରେନ । ଭୁବନେଶ୍ୱରରୁ ପୁଣି ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩ ଜଣ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ୨ ସପ୍ତାହ ମଧ୍ୟରେ ଓଡ଼ିଶାକୁ ୬୧ ଜଣ ଫେରିଥିବା ବେଳେ ଭୁବନେଶ୍ୱରକୁ ମୋଟ ୨୫ ଜଣ ଫେରିଥିବା ଜଣାପଡ଼ିଛି । ଗତ ୨୦ ତାରିଖରେ ଏକ ପରିବାର ଭୁବନେଶ୍ୱର ଫେରିଥିଲେ । ଉକ୍ତ ପରିବାରରୁ ଜଣେ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫେରିଥିବା ପରିବାରର ସମସ୍ତ ସଦସ୍ୟଙ୍କ ନମୂନା ସଂଗ୍ରହ କରାଯାଇଛି । ଉକ୍ତ ନମୂନାକୁ ପରୀକ୍ଷା ପାଇଁ ପୁନେ ପଠାଯାଇଛି । ପରୀକ୍ଷା ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.