fbpx

ଏକତାରଫା ପ୍ରେମ କଲା ବାୟା ! ୪୦ ଫୁଟ ଗଛ ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଯୁବକ, ଛିଡ଼ିଗଲା ରଶି.. ତଳେ ପଡି ଭାଙ୍ଗି ଗଲା ହାତ-ଗୋଡ଼

ଗୋପ (ଭାସ୍କର ନ୍ୟୁଜ୍‌):  ଗୋପ ଆଖଣ୍ଡଳେଶ୍ୱର ମନ୍ଦିର ପାଖ କୁଶଭଦ୍ରା ନଦୀ ପଠାରେ ଥିବା ଗୋଟିଏ ବରଗଛରେ ଚଢି ରଶି ଲଗେଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱର ୬ ନମ୍ବର ଡାକ୍ତରଖାନା ପଠାଯାଇଛି । ଏହି ଯୁବକ ଜଣଙ୍କ ହେଉଛନ୍ତି ଗୋପ ଥାନା ଅଧିନ ପୋଇତରା ଗାଁ ର ରାମକୃଷ୍ଣ ଜେନା (୨୮) ବୋଲି ଗୋପ ପୋଲିସ ସୂଚନା ଦେଇଛନ୍ତି । ଏହି ଆତ୍ମହତ୍ୟା ଉଦ୍ୟମ ସଂପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ପ୍ରକାଶ ଯେ, ଏହି ଯୁବକ ଜଣଙ୍କ କିଛି ଦିନ ଧରି ସେହି ଅଞ୍ଚଳର ଜଣେ ଯୁବତୀକୁ ଏକ ତରଫା ପ୍ରେମ କରୁଥିଲେ । ପ୍ରେମରେ ଅସଫଳ ହେବାରୁ ଶୁକ୍ରବାର ସନ୍ଧ୍ୟାରେ ଏକ ରଶି ସାହାଯ୍ୟରେ ଏକ ବିରାଟ ବରଗଛ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ମାତ୍ର ଏହି ରଶି ଟି ଛିଡ଼ି ଯିବାରୁ ଯୁବକ ଜଣଙ୍କ ଗଛର ୪୦ ଫୁଟ ଉପରୁ ତଳକୁ ଖସି ପଡ଼ିଯିବାରୁ । ଫଳରେ ଯୁବକଙ୍କ ଦୁଇ ହାତ, ସହିତ ଡାହାଣ ପଟ ଗୋଡଟି ଭାଙ୍ଗି ଯାଇଥିଲା । ଯୁବକ ଜଣଙ୍କ ପାଟିକରିବାରୁ ମନ୍ଦିର ପାଖରେ ଥିବା ଲୋକ ମାନେ ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଅଗ୍ନଶ୍ରମ ବିଭାଗ କୁ ଫୋନ୍‌ କରିବାପରେ ଗାଡି ଆସି ଗୁରୁତର ଯୁବକକୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ଶୀବ ପ୍ରସାଦ ମଙ୍ଗରାଜ ପ୍ରାଥମିକ ଚିକିତ୍ସା କରିବା ପରେ ସଙ୍କଟାପନ୍ନ ଅବସ୍ଥାରେ ଯୁବକକୁ ଭୁବନେଶ୍ୱର ଡାକ୍ତରଖାନା ପଠାଇ ଦେଇଥିଲେ । ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛି ଏବଂ ପୂର୍ବରୁ ମଧ୍ୟ ଯୁବକ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରି ବିଫଳ ହୋଇଥିବା କୁହାଯାଇଛି ।

Get real time updates directly on you device, subscribe now.