fbpx

ଏମିତି ଏକ ରହସ୍ୟମୟ ଗୁମ୍ଫା ,ଯେଉଁଠାରେ ପଡିଥିଲା ଦେବୀ ସତୀଙ୍କ କଣ୍ଠ

ଓଡ଼ିଶା ଭାସ୍କର: ଏମିତି ଏକ ଗୁମ୍ଫା, ଯେଉଁଠି ପ୍ରତିବର୍ଷ ବରଫରେ ଶିବଲିଙ୍ଗ ମନକୁ ମନ ସୃଷ୍ଟି ହୋଇଯାଏ । ଶ୍ରାବଣ ଶୁକ୍ଳପକ୍ଷ ପୂର୍ଣ୍ଣିମାରେ ଏହି ଶିବଲିଙ୍ଗ ପୂର୍ଣ୍ଣ ରୂପା ଧାରଣ କରନ୍ତି ଓ ପରବର୍ତ୍ତି ଅମାବାସ୍ୟା ପର୍ଯ୍ୟନ୍ତ ହ୍ରାସ ହୋଇ ହୋଇ ଅତ୍ୟନ୍ତ କ୍ଷୁଦ୍ର ହୋଇଯାଆନ୍ତି । ହଁ ଏହାର ରହିଛି ଅନେକ ରହସ୍ୟ । ଏମିତି ଏକ ଗୁମ୍ଫା ଯେଉଁଠାରେ ମନକୁ ମନ ଶିବ ଲିଙ୍ଗ ସୃଷ୍ଟି ହୁଏ । ତା ପୁଣି ବରଫରେ । ତେବେ ଆସନ୍ତୁ ଜାଣିବା ଅମରନାଥ ଧାମର ଇତିହାସ ଓ ସମ୍ପର୍କିତ ରହସ୍ୟ ବିଷୟରେ । ଦୁର୍ଗମ ହିମାଳୟ ଗିରିଶୃଙ୍ଖଳାରେ ରହିଛି ଅମରନାଥ ଗୁମ୍ଫା । ଭାରତୀୟ ସଂସ୍କୃତିର ପ୍ରମୁଖ ତୀର୍ଥ ଯାତ୍ରା ମଧ୍ୟରେ ଅମରନାଥ ଯାତ୍ରା ଅନ୍ୟତମ । ଏଣୁ ପ୍ରଶିଦ୍ଧ ତୀର୍ଥ ମଧ୍ୟରେ ଅମରନାଥ ଧାମର ରହିଛି ଅନନ୍ୟ ମହତ୍ୱ ।

କୁହାଯାଏ ଯିଏ ବି ନିଷ୍କାମ ମନରେ ଏଠାରେ ପ୍ରଭୁ ଶିବଙ୍କର ଦର୍ଶନ କରେ ସେ ଜନ୍ମ-ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇଯାଏ । ଉଲ୍ଲେଖଯୋଗ୍ୟ ଯେ ଭଗବାନ ଶିବ ଏହି ଗୁମ୍ଫାରେ ମାତା ପାର୍ବତୀଙ୍କୁ ଅମରତ୍ୱର ରହସ୍ୟ ଶୁଣାଇଥିଲେ । ଏଣୁ ଏହି ଗୁମ୍ଫାର ନାମ ସେହି ଅନୁସାରେ ଅମରନାଥ ଧାମ ରହିଛି । ଏହା ବିଶ୍ୱର ଏକମାତ୍ର ଏପରି ଶିବଲିଙ୍ଗ ଯାହା ଚନ୍ଦ୍ରଙ୍କ ଜ୍ୟୋତ୍ସ୍ନା ସହ ବୃଦ୍ଧି ଓ ହ୍ରାସ ହୋଇଥାଏ । ଶ୍ରାବଣ ଶୁକ୍ଳପକ୍ଷ ପୂର୍ଣ୍ଣିମାରେ ଏହି ଶିବଲିଙ୍ଗ ପୂର୍ଣ୍ଣ ରୂପା ଧାରଣ କରନ୍ତି ଓ ପରବର୍ତ୍ତି ଅମାବାସ୍ୟା ପର୍ଯ୍ୟନ୍ତ ହ୍ରାସ ହୋଇ ହୋଇ ଅତ୍ୟନ୍ତ କ୍ଷୁଦ୍ର ହୋଇଯାଆନ୍ତି । ପ୍ରତିବର୍ଷ ଗୁମ୍ଫାରେ ବରଫ ଶିବଲିଙ୍ଗ ମନକୁ ମନ ସୃଷ୍ଟି ହୁଅନ୍ତି । ଗୁମ୍ଫାର ଛାତରେ ଥିବା ଛିଦ୍ରରୁ ପାଣି ଝରି ଏହି ହିମଲିଙ୍ଗ ଗଢି ଉଠନ୍ତି । ଭୀଷଣ ଥଣ୍ଡାରେ ପାଣି ବରଫରେ ପରିଣତ ହୋଇ କ୍ରମଶଃ ଶିବଲିଙ୍ଗ ଆକାର ଧାରଣ କରେ ।

ବିଶାଳକାୟ ହିମଲିଙ୍ଗ କଡରେ ମଧ୍ୟ ଆଉ ଦୁଇଟି ଛୋଟ ଲିଙ୍ଗ ଉତ୍ପତି ହୁଅନ୍ତି । କୁହାଯାଏ ଏହା ମାତା ପାର୍ବତୀ ଓ ଗଣେଶଙ୍କ ପ୍ରତୀକ ଅଟନ୍ତି । ଅମରନାଥରେ ଭଗବାନ ଶିବଙ୍କ ହିମଲିଙ୍ଗ ଦର୍ଶନ ସାଙ୍ଗକୁ ଏଠାରେ ମାତା ସତୀଙ୍କ ଶକ୍ତିପୀଠ ହେବା ମଧ୍ୟ ଏକ ଦୁର୍ଲଭ ସଂଯୋଗ ।ପୃଥିବୀରେ ଥିବା ୫୧ ଶକ୍ତିପୀଠ ମଧ୍ୟରେ ମହାମାୟା ଶକ୍ତି ପୀଠ ଏହି ଗୁମ୍ଫାରେ ରହିଛି । ଦେବୀ ପୁରାଣ ଅନୁସାରେ ମାତା ସତୀଙ୍କ କଣ୍ଠ ଏଠାରେ ପଡିଥିଲା । କୁହାଯାଏ ଶିବ-ପାର୍ବତୀଙ୍କ ଅମର କଥା ଶୁଣି ଅମର ହୋଇଯାଇଥିବା ପାରାଙ୍କ ଜୋଡି ଏଠାରେ ଅନେକ ସମୟରେ ଦେଖା ଯାଆନ୍ତି ।

Get real time updates directly on you device, subscribe now.