fbpx

ପାର୍ବଣ ଋତୁରେ ସପିଂ ପାଇଁ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ପ୍ରସ୍ତୁତି ଅଧିକ: ସର୍ଭେ

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭ ହେବା ସହିତ ୫୮ ପ୍ରତିଶତ ସହରୀ ଲୋକ ଦୀପାବଳିରେ କିଣାକିଣି କରିବାକୁ ଯୋଜନା କରୁଥିବା ବେଳେ ୩୯ ପ୍ରତିଶତ ଲୋକ ଅନଲାଇନରେ ସପିଂ କିଣିବାକୁ ଚାହିଁ ବସିଛନ୍ତି । ବିଶ୍ୱର ଅନୁସନ୍ଧାନ ଏବଂ ବିଶ୍ଳେଷଣ ସଂଘ ୟୁଗାଙ୍ଗ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ସମ୍ଭାବନା ପ୍ରକାଶ ପାଇଛି । ସର୍ଭେରେ ସାମିଲ କରାଯାଇଥିବା ପ୍ରତି ୧୦ ଜଣଙ୍କ ମଧ୍ୟରୁ ୬ ଜଣ ଦୀପାବଳି ଅବସରରେ କିଛି ନା କିଛି କିଣିବାକୁ ଯୋଜନା କରୁଛନ୍ତି ।

ଏହା ବ୍ୟତୀତ, ସର୍ଭେରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ଉତ୍ସବ ଋତୁରେ ସପିଂ ପାଇଁ ପ୍ରସ୍ତୁତି ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ମଧ୍ୟରେ ଅଧିକ । ସର୍ଭେରେ ସାମିଲ କରାଯାଇଥିବା ୬୨ ପ୍ରତିଶତ ପୁରୁଷ ପ୍ରତିଯୋଗୀ ଦୀପାବଳିରେ କିଣାକିଣି କରିବାର ସମ୍ଭାବନା ବ୍ୟକ୍ତି କରିଥିଲେ, ଯାହାକି ମହିଳାମାନଙ୍କ ମାମଲାରେ ଏହା ୫୫ ପ୍ରତିଶତ ରହିଛି ।

ତେବେ ଅନଲାଇନ୍ ସପିଙ୍ଗର ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଏହି ସର୍ଭେ କରାଯାଇଥିଲା । ଏହା ଅନୁସାରେ, ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଦୁଇ ବ୍ୟକ୍ତି ଇ-କମର୍ସ କମ୍ପାନୀଗୁଡିକ ଆଣିଥିବା ବଡ ଉତ୍ସବର ଅଫର ଉପରେ କିଣାକିଣି କରିବାକୁ ଯୋଜନା କରୁଛନ୍ତି । ସର୍ଭେ ଅନୁଯାୟୀ, ପାର୍ବଣ ଋତୁ ପରେ ବିବାହ ଋତୁ ଆରମ୍ଭ ହେବ, ଫଳରେ ପ୍ରତ୍ୟେକ ବ୍ୟକ୍ତି ସପିଂ କରିବାକୁ ଯୋଜନା କରୁଛନ୍ତି ।

Get real time updates directly on you device, subscribe now.