fbpx

ମଝି ସମୁଦ୍ରରେ ଖସିପଡ଼ିଲା ଓଏନଜିସି ହେଲିକପ୍ଟର, ୪ କର୍ମଚାରୀଙ୍କ ମୃତ୍ୟୁ

ମୁମ୍ବାଇ ନିକଟରେ ମଙ୍ଗଳବାର ଓଏନଜିସି ହେଲିକପ୍ଟର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏମାନେ ଓଏନଜିସିର କର୍ମଚାରୀ ଥିଲେ । ହେଲିକପ୍ଟରରେ ୯ ଜଣ ସବାର ଥିଲେ । ସମସ୍ତଙ୍କୁ ବାହାରକୁ ବାହାର କରାଯାଇଛି । ଦୁର୍ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଆରବ ସାଗରରେ ଏକ କମ୍ପାନୀର ରିଙ୍ଗରେ ଲ୍ୟାଣ୍ଡ୍ କରିବାକୁ ଚେଷ୍ଟା କରୁଥିଲା ଓଏନଜିସିର ହେଲିକପ୍ଟର, ଆଉ ଏହି ସମୟରେ ହେଲିକପ୍ଟର ସମୁଦ୍ରରେ ଖସିପଡ଼ିଥିଲା ।

କମ୍ପାନୀ ଅଧିକାରୀଙ୍କ କହିବା ଅନୂଯାୟୀ ପବନ ହଂସ ହେଲିକପ୍ଟରରେ ଦୁଇ ପାଇଲଟଙ୍କ ସାତ ଜଣ ସବାର ଥିଲେ । ଏହି ଘଟଣା ମୁମ୍ବାଇ ଉପକୂଳରୁ ୫୦ ସମୁଦ୍ର ମାଇଲ ଦୂରରେ ଘଟିଥିଲା । ଫ୍ଲୋଟର୍ସ ଦ୍ୱାରା ହେଲିକପ୍ଟର କିଛି ସମୟ ପାଇଁ ବାହାରେ ରହିବାରେ ସଫଳ ହୋଇଥିଲା ଆଉ ଏହି ସମୟରେ ଉଦ୍ଧାରକାରୀ ଦଳ ୯ ଜଣଙ୍କୁ ବାହାର କରିଥିଲେ । ସେମାନଙ୍କ ମଧ୍ୟରୁ ଚାରି ଜଣ ବେହୋସ୍ ଥିଲେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକାରୀ କହିଛନ୍ତି ଯେ ରିଙ୍ଗରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ପ୍ରାୟ ୧.୫ କିମି ଦୂରରୁ ହେଲିକପ୍ଟର ସମୁଦ୍ରରେ ଖସିପଡ଼ିଥିଲା । ତେବେ ଦୁର୍ଘଟଣାର କାରଣ ଖୋଜାଯାଉଛି ।

ଓଏନଜିିସିର ଆରବ ସାଗରରେ ଅନେକ ରିଗ ଏବଂ ପ୍ରତିଷ୍ଠାନ ରହିଛି ଯାହାର ବ୍ୟବହାର କରି ସମୁଦ୍ରପତନରୁ ତଳେ ଥିବା ତୈଳ ଭଣ୍ଡାର ଏବଂ ଗ୍ୟାସ୍ ର ଉତ୍ପାଦନ ହୋଇଥାଏ ।

Get real time updates directly on you device, subscribe now.