fbpx

(Video) ରାଲିରେ ୫୦୦ ଟଙ୍କିଆ ନୋଟ୍ ଉଡାଇବାର ଭିଡିଓ ଭାଇରାଲ, କଂଗ୍ରେସ ନେତାଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ପ୍ରମୁଖ ଡିକେ ଶିବକୁମାରଙ୍କ ବିରୋଧରେ ନୋଟ ଉଡାଇବାକୁ ନେଇ ମାମଲା ରୁଜୁ ହୋଇଛି । ଡିକେ ଶିବକୁମାରଙ୍କ ଏପ ଭିଡିଓ ସାମ୍ନାକୁ ଆସିଛି । ୨୮ ମାର୍ଚ୍ଚରେ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଏକ ଯାତ୍ରା ସମୟରେ ଶିବକୁମାର କଳାକାରମାନଙ୍କ ଉପରକୁ ୫୦୦ ଟଙ୍କିଆ ନୋଟ୍ ଫିଙ୍ଗିଥିବାର ଦେଖିବାକୁ ମିଳିଛି । ଭିଡିଓ ସାମ୍ନାକୁ ଆସିବା ପରେ ମାଣ୍ଡ୍ୟା ଗ୍ରାମୀଣ ପୋଲିସ କର୍ଣ୍ଣାଟକ ପ୍ରମୁଖଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏହି ମାମଲାରେ ଶିବକୁମାରଙ୍କ ବିରୋଧରେ ଅଜ୍ଞାତ ଅପରାଧର ମାମଲା ରୁଜୁ କରିଛି ପୋଲିସ ।

ଡିକେ ଶିବକୁମାରଙ୍କ ଯେଉଁ ଭିଡିଓ ଭାଇରାଲ ହୋଇଛି, ସେଥିରେ ସେ ‘ପ୍ରଜା ଧ୍ୱନି ଯାତ୍ରା’ ସମୟରେ ପ୍ରବଳ ଭିଡ ମଧ୍ୟରେ ବସ ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଛି । ସେହି ସମୟରେ ସେ ନିଜ ପାଖରୁ ବହୁତ ୫୦୦ ଟଙ୍କିଆ ନୋଟ୍ ତଳକୁ ଫିଙ୍ଗୁଥିବା କ୍ୟାମେରାରେ କଏଦ୍ ହୋଇଛି ।

ପୋଲିସର କହିବା ମୁତାବକ, ମାଣ୍ଡ୍ୟାରେ ଏକ ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶରେ ମାଣ୍ଡ୍ୟା ଗ୍ରାମୀଣ ପୋଲିସ କେପିସିସି ଅଧ୍ୟକ୍ଷ ଡିକେ ଶିବକୁମାରଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.