fbpx

ଅନଲାଇନରେ ହେବ ବି.ଇଡି ପରୀକ୍ଷା

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): କରୋନା ଯୋଗୁଁ ଅନଲାଇନରେ ବି.ଇଡି ପରୀକ୍ଷା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀଙ୍କ ଦାବି ପରେ ଅନଲାଇନ ପରୀକ୍ଷା ପାଇଁ ରାଜି ହୋଇଛନ୍ତି କୁଳପତି । ପରୀକ୍ଷା ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଜାନୁଆରୀ ୭ରୁ ହିଁ ଅନଲାଇନରେ ପରୀକ୍ଷା ହେବ । ଅନଲାଇନ୍ ପରୀକ୍ଷା ନେଇ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି । ତେବେ ୯ଟି ବି.ଇଡି କଲେଜର ୮୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

Get real time updates directly on you device, subscribe now.