fbpx

ଗାଁକୁ ଆସୁନି ନେଟ୍‌ୱାର୍କ, ଘରଠାରୁ ୮ କି.ମି ଦୂରରେ ଥିବା ପାହାଡ଼ ଉପରେ ୟୁଟ୍ୟୁବ ଲାଇଭରେ ପଢ଼ୁଛନ୍ତି ଛାତ୍ରଛାତ୍ରୀ

ପାରଳାଖେମୁଣ୍ଡି (ଓଡ଼ିଶା ଭାସ୍କର) : ଗଜପତି ଜିଲ୍ଲା ଏକ ଦୃଗମ ତଥା ଆଦିବାସୀ ଅଞ୍ଚଳ । ଏହାର ଜଳନ୍ତ ଉଦାହରଣ ହେଉଛି ମୋହନା ବ୍ଳକ । ଦୁର୍ଗମ ଗାଁ ଗୁଡିକରେ ନେଟୱାର୍କ ସୁବିଧା ନ ଥିବାରୁ ବାଧ୍ୟ ହୋଇ କେଉଁଠି ପାହାଡ଼ ଉପରେ ତ ଆଉ କେଉଁଠି ମଞ୍ଚା ତିଆରି କରି ୟୁଟ୍ୟୁବ ଲାଇଭରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହୁରୁଗୁଡା, ଜାମଲିଙ୍ଗ ଓ ଜାନାଖାଲ ଗାଁ ସମେତ ପ୍ରାୟ ୧୮ରୁ ଉର୍ଦ୍ଧ୍ୱ ଗାଁ ଗୁଡିକରେ ନେଟୱାର୍କ ସୁବିଧା ନଥିବାରୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଗାଁ ଠାରୁ ପ୍ରାୟ ୫ରୁ ୮ କିଲୋମିଟର ଦୂର ବାପିଗଣ୍ଡା ପାହାଡ଼ ଉପରକୁ ଆସି ପାଠ ପଢୁଥିବା ବେଳେ ସେହିପରି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି, ମଙ୍ଗରାଜପୁର ଓ ସୁଭଲଡ଼ା ପଞ୍ଚାୟତର ଅଧିକାଂଶ ଗାଁରେ ନେଟୱ।ର୍କ ନଥିବାରୁ ଛାତ୍ରଛାତ୍ରୀମାନେ ନାହିଁ ନଥିବା ଆସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହିପରି ମଙ୍ଗରାଜପୁର ପଞ୍ଚାୟତ ତରଳସିଂ ଗାଁରେ ନେଟୱାର୍କନ ଥିବାରୁ ବିଭିନ୍ନ ଅଞ୍ଚଳର ପିଲାମାନେ ମିଶି ଜଙ୍ଗଲରୁ କାଠ, ବାଉଁଶ ଆଣି ନେଟୱାର୍କ ଆସୁଥିବା ସ୍ଥାନରେ ଏକ ମଞ୍ଚା ତିଆରି କରି ପାଠ ପଢୁଛନ୍ତି । ବର୍ଷା, ପବନ, କାଳବୈଶାଖୀ ହେଲେ ନେଟୱାର୍କ ବନ୍ଦ ହେବା ସହ ପାଠପଢ଼ା ମଧ୍ୟ ବନ୍ଦ ହୋଉଛି । ଅଧିକାଂଶ ଛାତ୍ରଛାତ୍ରୀଙ୍କ ପିତା ମାତା ଗରିବ ଶ୍ରେଣୀର ହୋଇଥିବାରୁ ନିଜ ପିଲାମାନଙ୍କୁ ମୋବାଇଲ ଯୋଗାଇ ପାରୁନାହାନ୍ତି । ତେଣୁ ଗୋଟିଏ ମୋବାଇଲରେ ୪ ରୁ ୫ ଜଣ ଲେଖାଏଁ ଛାତ୍ରଛାତ୍ରୀ ମିଶି କରି ପାଠ ପଢୁଛନ୍ତି । ବର୍ଷା ପବନ ହେଲେ ପାଠପଢା ବନ୍ଦ ହୋଇଯାଉଛି । ଏଭଳି ସ୍ଥିତିରେ ସେହି ସବୁ ଅଞ୍ଚଳରେ ପିଲା ଘରେ ରହି ପାଠ ପଢିବା ପାଇଁ ନେଟୱାର୍କର ସୁବିଧା ଯୋଗାଇ ଦେବା ମୋବାଇଲ ଫୋନ ଯୋଗାଇ ଦେବାପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେବାକୁ ସାଧାରଣ ଦାବି କରିଛନ୍ତି ।

Get real time updates directly on you device, subscribe now.