fbpx

SCBରେ ଆରମ୍ଭ ହେଲା ଅନଲାଇନ୍ OPD ସେବା: ରୋଗୀଙ୍କୁ ଆଉ ଧାଡ଼ିରେ ଘଣ୍ଟା ଘଣ୍ଟା ଛିଡ଼ା ହେବାକୁ ପଡ଼ିବନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏସସିବି)ରେ ଅନଲାଇନ୍ ଓପିଡି ସେବା ଆରମ୍ଭ ହୋଇଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର ପାଇଁ ଅନଲାଇନ୍ ଟିକେଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜନସାଧାରଣ eswasthya.odisha.gov.in ୱେବସାଇଟକୁ ଯାଇ ଅନଲାଇନରେ ଟିକେଟ୍ ବୁକିଂ କରିପାରିବେ ।

କଟକର ଏସସିବିରେ ଅନଲାଇନ୍ ଓପିଡି ସେବା ଆରମ୍ଭ ହେବ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ । ମେ ମାସ ୯ ତାରିଖରୁ ସ୍ଲଟ ବୁକିଂ ଆରମ୍ଭ ହେବା ପରେ ୧୦ ତାରିଖଠାରୁ ରୋଗୀ ପରାମର୍ଶ କରିପାରିବେ ବୋଲି କୁହାଯାଇଥିଲା । ଯେ କୌଣସି ରୋଗୀ କିମ୍ବା ସେମାନଙ୍କର ଆଟେଣ୍ଟାଣ୍ଟ ଅଫିସିଆଲ ୱେବସାଇଟକୁ ଯାଇ ସେମାନଙ୍କର ନାମ ପଞ୍ଜୀକରଣ କରିପାରିବେ ।

ଏହାପରେ ଅନଲାଇନ୍ ଟିକେଟ ସ୍ଲିପକୁ ଡାଉନଲୋଡ କରିବା ପରେ ନିଜ ପାଖରେ ତା’ର ଏକ କପି ରଖିବାକୁ ପଡ଼ିବ । ଉକ୍ତ କପି ଦେଖାଇବା ପରେ ହସ୍ପିଟାଲର ଓପିଡିରେ ରୋଗୀଙ୍କୁ ପରାମର୍ଶ ପାଇଁ ଅନୁମତି ମିଳିବ । ତେବେ ଏହି ଅନଲାଇନ ଟିକେଟ ବ୍ୟବସ୍ଥା ଦ୍ୱାରା ରୋଗୀଙ୍କୁ ଆଉ ଧାଡ଼ିରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ିବ ନାହିଁ । ଏସସିବି, ଏମ୍ସ, ବ୍ରହ୍ମପୁରର ଏମକେସିଜି ପରି ରାଜ୍ୟର ମୁଖ୍ୟ ଚିକିତ୍ସାଳୟମାନଙ୍କରେ ପ୍ରାୟତଃ ଏହି ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.