fbpx
BSKY
BJD MC SKY
BJD MS SKY

୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି: ଆବେଦନ ପାଇଁ ଆଉ ମାତ୍ର ଦୁଇ ଦିନ ବାକି

୨୦ ହଜାର କନିଷ୍ଠଙ୍କ ଶିକ୍ଷକଙ୍କ ନିଯୁକ୍ତି ନେଇ ଗତ ମାସ ୧୧ ତାରିଖରେ ଓଡ଼ିଶା ବିଦ୍ୟାଳୟ ଓ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାପରେ ସେପ୍ଟେମ୍ବର ୧୩ ତାରିଖରୁ ଅନଲାଇନରେ ଆବେଦନ ଆରମ୍ଭ ହୋଇଥିଲା । ତେବେ ଉକ୍ତ ଆବେଦନର ଅନ୍ତିମ ତାରିଖ ଆସନ୍ତା ୧୦ ପର୍ଯ୍ୟନ୍ତ ରହିଛି । ତେଣୁ ଇଚ୍ଛୁକ ଆଶାୟୀମାନେ ଶୀଘ୍ର ଆବେଦନ କରିନିଅନ୍ତୁ ।

ଓସେପା ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବ । ଏନେଇ ଗତ ଅଗଷ୍ଟ ମାସରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ସୁପାରିଶ କରାଯିବା ସହିତ ଗେଜେଟ୍ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହି ନିଯୁକ୍ତି ପ୍ରକ୍ରିୟା ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି । ନିଯୁକ୍ତି ସମ୍ପର୍କିତ ସମସ୍ତ ସୂଚନା ଓସେପା ୱେବସାଇଟରେ ଜାରି କରାଯିବ । ଅନଲାଇନ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଡି) ମୋଡ଼ରେ ଏହି ନିଯୁକ୍ତି ପରୀକ୍ଷା କରାଯିବ ।

ପ୍ରଥମରୁ ପଞ୍ଚମ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏପରି ଭାବେ ଦୁଇଟି ବର୍ଗରେ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଜଣେ ନୋଡାଲ ଅଧିକାରୀ ଏହି ଦାୟିତ୍ୱରେ ରହିବେ । ନିଯୁକ୍ତି ପାଇବା ପରେ ଶିକ୍ଷକମାନେ ଜିଲ୍ଲା ପରିଷଦ ଅଧିନରେ ରହିବେ ଓ ବାର୍ଷିକ ଚୁକ୍ତି ସମାପ୍ତ ହେବା ପରେ ସେମାନଙ୍କର ନବୀକରଣ କରାଯିବ । ସେମାନେ ମାସିକ ପାରିଶ୍ରମିକ ପାଇବେ । ତେବେ ଦକ୍ଷତା ନଥିଲେ ଶିକ୍ଷକଙ୍କୁ ୩୦ ଦିନର ନୋଟିସ୍ ଦିଆଯାଇ କାର୍ଯ୍ୟରୁ ଅନ୍ତର କରିଦିଆଯିବ । ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଏହି ଦକ୍ଷତା ନିର୍ଦ୍ଧାରଣ କରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://cdn.digialm.com//EForms/configuredHtml/1258/85372/Index.html

ଶିଲାବସ: https://osepa.odisha.gov.in/webadmin/pdf_link/syllabus_jtr2023_12_16_05pmf50fcda4e5f318cbf672b35e277bfd40.pdf

ପ୍ରତି ଜିଲ୍ଲାର ଖାଲି ପଦ: https://osepa.odisha.gov.in/webadmin/pdf_link/District%20wise%20Vacancies%20as%20per%20ORV_09_10_05pmcaec882fab5d2a7a48149d35bea3b503.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://osepa.odisha.gov.in/

Get real time updates directly on you device, subscribe now.