fbpx

ନୂଆ ବଜାର ଅଞ୍ଚଳରେ ଅଭାବନୀୟ ଘଟଣା, ମୁକୁଳା ଡ୍ରେନରେ ପଡ଼ି ଯୁବକ ମୃତ

Advertisement

କଟକ: କଟକ ନୂଆ ବଜାର ଅଞ୍ଚଳ ମହିମା ନଗର ସ୍ଥିତ ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରାତିରେ ଏହି ଅଘଟଣ ହୋଇଥିବା ବେଳେ ସକାଳୁ ତାଙ୍କ ମୃତ ଦେହ ମିଳିଛି । ମୃତକ ଜଣଙ୍କ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ତାଙ୍କ ଘର ଯାଜପୁର ଅଞ୍ଚଳରେ ଥିବା ଜଣାପଡ଼ିଛି । ସକାଳେ ମୃତ ଦେହ ଦେଖି ପୋଲିସକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାରୁ ପ୍ରକାଶ ଦୀର୍ଘ ଦିନ ହେବ ଡ୍ରେନ୍ ସ୍ଲାବ ଖୋଲା ରଖି ଠିକାଦାର ଛୁ ମାରିଛି । ତେବେ ଡ୍ରେନ୍ ସ୍ଲାବ ପକାଇବା ପାଇଁ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ଫଳରେ ଏହି ମୁକୁଳା ଡ୍ରେନରେ ପଡ଼ି ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ସିଏମସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ନେଇ କଟକ ମେୟର ସୁବାସ ସିଂଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି,‘ଏତେ ଛୋଟ ଡ୍ରେନ୍ ଏବଂ କମ୍ ପାଣିରେ ଜୀବନ ଯିବ ନାହିଁ । ଶବବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ସିଏମସି ପକ୍ଷରୁ କୌଣସି ଅବହେଳା କରାଯାଇନାହିଁ ।’

Get real time updates directly on you device, subscribe now.