OpenAI ଲଞ୍ଚ କଲା ‘ChatGPT Pro’: ୦୧ ମଡେଲରେ ମିଳିବ ସଠିକ୍ ଓ ବଢ଼ିଆ ଅନୁଭବ

ନୂଆଦିଲ୍ଲୀ: ଓପନଏଆଇ ନିଜର ନୂଆ ଭର୍ସନ ଚାଟଜିପିଟି ପ୍ରୋ ଲଞ୍ଚ କରିଛି । ନୂଆ ମଡେଲ ୦୧ ଏବେ ଚାଟଜିପିଟି ପ୍ଲସ ଓ ଟିମ୍ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ । ଓପନଏଆଇ ଏହି ମଡେଲକୁ ‘ଶିମ୍ପାସ’ ଅନୁସାରେ ରିଲିଜ୍ କରିଛି । ଏଥିସହିତ କମ୍ପାନୀ ପୁରୁଣା ୦୧-ପ୍ରିଭ୍ୟୁ ମଡେଲକୁ ସମାପ୍ତ କରିଦେଇଛି । ଓପନଏଆଇର ୦୧ ମଡେଲ ଏକ ଏଆଇ ସିଷ୍ଟମ ହୋଇଥିବା ବେଳେ ତାହାକୁ ଲୋକଙ୍କର ଆବଶ୍ୟକତା ଅନୁସାରେ ଉଚ୍ଚମାନର ଓ ସଠିକ୍ ଜବାବ ଦେବା ପାଇଁ ପ୍ରସ୍ତୁତ କରାଯାଇଛି ।

କମ୍ପାନୀ ମୁତାବକ, ଏହି ନୂଆ ଭର୍ସନରେ ପୂର୍ବାପେକ୍ଷା ଅତ୍ୟଧିକ ଶକ୍ତି, ଗତି ଓ ସଠିକତା ରହିଛି । ଏଥିସହିତ ଏହା ବଢ଼ିବା ତରିକାରେ କୋଡିଂ ଓ ଗଣିତ କରି ପାରିବ । ତା’ ସାଙ୍ଗକୁ ଇମେଜ ଉପରେ ‘ରିଜନିଂ (ଭାବିବା)ର ଜବାବ ମଧ୍ୟ ଦେଇ ପାରିବ । ୦୧ ମଡେଲର ଅପଡେଟ୍ ର୍ଭସନ ଏବେ ଅଧିକ ଦ୍ରୁତ ଭାବେ କାମ କରିବ ଓ ଜବାବରେ ସଂକ୍ଷିପ୍ତତା ରଖିବ । ଫଳରେ ଆପଣମାନେ ତ୍ୱରିତ ବେଗରେ ସଠିକ୍ ତଥ୍ୟ ପାଇ ପାରିବେ । ଏହାଛଡ଼ା ଏବେ ୦୧ରେ ଅନେକ ନୂଆ କ୍ଷମତା ଯୋଡ଼ା ଯାଇଛି, ଯେପରିକି ଫଙ୍କସନ କଲିଂ, ଭିଜନ, ଡେଲପର ମେସେଜେସ୍ ଓ ସଂରଚିତ ଆଉଟପୁଟସ, ଯାହାକି ସିଷ୍ଟମ ସହିତ ଭଲ ଇଣ୍ଟରରକ୍ସନ କରିବାରେ ସକ୍ଷମ ହେବ । ଓପନଏଆଇର ଚାଜଜିପିଟି ପ୍ରୋ ଖାସ୍ କରି ପ୍ରଫେସନାଲ୍ସଙ୍କ ପାଇଁ ପ୍ରଯୁଜି । ଏହାର ମୂଲ୍ୟ ୨୦୦ ଡଲାର ଅଟେ ଓ ଏଥିରେ ଜିପିଟି-୪୦, ଓପନଏଆଇ ୦୧ ଓ ଆଡଭାନ୍ସଡ ଭଏସ ପରି ଟୁଲ୍ସର ଅସୀମିତ ଆକ୍ସେସ ମିଳିବ । ଏଥିପାଇଁ ଓପନଏଆଇ ଚାଜଜିପିଟି ପ୍ରୋ ଗ୍ରାଣ୍ଟ ପ୍ରୋଗ୍ରାମ ମଧ୍ୟ ଆରମ୍ଭ କରିଛି, ଯେଉଁଥିରେ ୧୦ ଗ୍ରାଣ୍ଟସ ମେଡିକଲ ରିସର୍ଚ୍ଚ ପାଇଁ ଦିଆଯିବ ।