fbpx

ମୋବାଇଲ ନୂଆ ହେଉ ବା ପୁରୁଣା , ସବୁଥିଲେ ମିଳିବ AIର ମଜା ! ଏହି କମ୍ପାନୀ କରୁଛି ସ୍ୱତନ୍ତ୍ର ପ୍ରସ୍ତୁତି

Advertisement

ନୂଆଦିଲ୍ଲୀ : ଓପୋ ୨୦୨୪ ଶେଷ ସୁଦ୍ଧା ଏହାର ସମସ୍ତ ସ୍ମାର୍ଟଫୋନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ ଏଆଇ ଆଣିବାକୁ ପ୍ରସ୍ତୁତ ହେଉଛି । କମ୍ପାନୀ ଏକ ଏଆଇ ଅନୁସନ୍ଧାନ ଏବଂ ବିକାଶ ସେଣ୍ଟର ଲଞ୍ଚ କରିଛି ଏବଂ ଏହାର ଡିଭାଇସରେ ଏଆଇ ଫିଚର୍ସ ଆଣିବା ପାଇଁ ଗୁଗୁଲ, ମାଇକ୍ରୋସଫ୍ଟ ଏବଂ ମିଡିଆ ଟେକ୍ ଭଳି ଜଏଣ୍ଟମାନଙ୍କ ସହ କଥା ହୋଇଛି ।

ଶୀଘ୍ର ଆପଣ କେବଳ ନୂଆ ନୁହେଁ ପୁରୁଣା ଫୋନରେ ମଧ୍ୟ ଏଆଇ ଫିଚର୍ସ ପାଇବେ ।ଏହା ପୂର୍ବରୁ ଓପୋ ଶେନଜେନରେ ଓପୋ ଏଆଇ ସେଣ୍ଟର ପ୍ରତିଷ୍ଠା କରିଥିଲା । ଅନେକ କାର୍ଯ୍ୟ ସହଜ ହେବ ।

ଆଇଡିସିର ଏକ ରିପୋର୍ଟ ଅନୁଯାୟୀ, ମୂଲ୍ୟ ୧୦୦୦ ଡଲାରରୁ କମ ମୂଲ୍ୟର AI-Enabled ଫୋନଗୁଡିକର ସିପମେଣ୍ଟ ୨୦୨୪ ମସିହାରେ ୨୫୦% ରୁ ୩୫ ନିୟୁତ ୟୁନିଟ୍ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । କୁହାଯାଉଛି ଯେ ଏହି ଏଆଇ ଫିଚର୍ସଗୁଡିକ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟକୁ ସହଜ କରିବ । ଏହା ବ୍ୟତୀତ, ଏହା ମଧ୍ୟ ଆପଣଙ୍କର ଉପଭୋକ୍ତା ଅଭିଜ୍ଞତାକୁ ସାନଦାର୍ କରିବ ।

Get real time updates directly on you device, subscribe now.