ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ହାର ହ୍ରାସ କରିବା ପରେ, ବ୍ୟାଙ୍କଗୁଡ଼ିକ ଏଫଡି ଉପରେ ସୁଧ ହାର ହ୍ରାସ କରିବା ଆରମ୍ଭ କରିଛନ୍ତି । ଅନେକ ଘରୋଇ ଏବଂ ସରକାରୀ ବ୍ୟାଙ୍କ ଏଫଡି ଉପରେ ସୁଧ ହ୍ରାସ କରିଛନ୍ତି । ଏହା ଫଳରେ ଯେଉଁ ନିବେଶକମାନେ ବିପଦ ନ ନେଇ ରିଟର୍ଣ୍ଣ ଚାହାଁନ୍ତି, ସେମାନଙ୍କୁ ଝଟକା ଲାଗିଛି ।
ଅବଶ୍ୟ ଏଫଡିରେ ଭଲ ରିଟର୍ଣ୍ଣ ପାଇବାର ସୁଯୋଗ ଏପର୍ଯ୍ୟନ୍ତ ଶେଷ ହୋଇନିି । ଯଦି ଆପଣ ଏଫଡି କରିବାକୁ ଭାବୁଛନ୍ତି, ତେବେ ଆପଣ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କକୁ ଯାଇପାରିବେ । ଅନେକ କ୍ଷୁଦ୍ର ଆର୍ôଥକ ବ୍ୟାଙ୍କ ଏବେ ବି ଏଫଡି ଉପରେ ୮% ରୁ ଅଧିକ ସୁଧ ପ୍ରଦାନ କରୁଛନ୍ତି ।
ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରେ ଏଫଡି ଉପରେ ସୁଧ ହାର
ଉଜ୍ଜ୍ୱିବନ ସ୍ମଲ ଫାଇନାନ୍ସ ବ୍ୟାଙ୍କ – ସୁଧ ହାର: ୮.୨୫% ରୁ ୮.୭୫% ବାର୍ଷିକ
ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ – ସୁଧ ହାର: ୭.୫୫% ରୁ ୮.୬୫% ପ୍ରତିବର୍ଷ ।
ଇକ୍ୱିଟାସ୍ ସ୍ମଲ ଫାଇନାନ୍ସ ବ୍ୟାଙ୍କ- ସୁଧ ହାର: ୮.୦୫% ରୁ ୮.୫୫% ପ୍ରତିବର୍ଷ ।
ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ – ସୁଧ ହାର: ୭.୯୫% ରୁ ୮.୧୦% ପ୍ରତିବର୍ଷ ।
ସୂର୍ଯ୍ୟୋଦୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ – ସୁଧ ହାର: ୮.୭୫% ରୁ ୯.୧୦% ପ୍ରତିବର୍ଷ ।
ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ – ସୁଧ ହାର: ୮.୫୦% ରୁ ୯.୧୦% ବାର୍ଷିକ
ଆପଣ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ (ଏସଏଫବି)ରେ ଅଧିକ ସୁଧ ପାଇପାରିବେ । ବର୍ତ୍ତମାନର ସୁଧ ହାର ହ୍ରାସ ମାହଲରେ ସ୍ମଲ ଫାଇନାନ୍ସ ବ୍ୟାଙ୍କଗୁଡ଼ିକ ଏକ ଆକର୍ଷଣୀୟ ବିକଳ୍ପ ଭାବରେ ଉଭା ହୋଇଛି । ବର୍ତ୍ତମାନ ଅନେକ ଏସଏଫବି ସାଧାରଣ ନିବେଶକଙ୍କୁ ୮% ରୁ ଅଧିକ ଏବଂ ବରିଷ୍ଠ ନାଗରିକଙ୍କୁ ୯% ରୁ ଅଧିକ ସୁଧ ହାର ପ୍ରଦାନ କରୁଛନ୍ତି । ଅବଶ୍ୟ ଏସଏଫବିରେ ଏଫଡି କରିବା ପାଇଁ ଆପଣଙ୍କୁ ଏକ ସଞ୍ଚୟ ଖାତା ଖୋଲିବାକୁ ପଡିବ, ବିଶେଷକରି ଯଦି ଆପଣ ସିଧାସଳଖ ବ୍ୟାଙ୍କ ମାଧ୍ୟମରେ ନିବେଶ କରୁଛନ୍ତି ।