fbpx

Video: ପ୍ରେମ ସମ୍ପର୍କରେ ବିରକ୍ତ ହୋଇ ୧୮ ବର୍ଷୀୟ ଭଉଣୀର ହତ୍ୟା କଲା ଭାଇ; କଟା ମୁଣ୍ଡ ଧରି ଗାଁରେ ବୁଲିଲା

ନୂଆଦିଲ୍ଲୀ: ଭଉଣୀର ପ୍ରେମ ସମ୍ପର୍କରେ ଭାଇ ସାଜିଲା ଭିଲେନ । ନିଜ ଗାଁ ଜଣେ ଯୁବକଙ୍କ ସହିତ ଭଉଣୀର ପ୍ରେମ ସମ୍ପର୍କ ରହିଥିଲା । ଯାହାକକୁ ସହି ପାରି ନଥିଲା ଭାଇ । ଏହିକଥାକୁ ନେଇ ଦୁଇହିଁଙ୍କ ମଧ୍ୟରେ ଝଗଡ଼ା ବଢିବାରୁ ରାଗରେ ଉତ୍ୟକ୍ତ ହୋଇ ଯୁବକ ଜଣକ ଏକ ଧାରୁଆ ଅସ୍ତ୍ରରେ ନିଜ ଭଉଣୀର ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଛି। କେବଳ ଏତିକି ନୁହେଁ ଏହାପରେ ଅଭିଯୁକ୍ତ କଟା ମୁଣ୍ଡକୁ ଧରି ଗାଁରେ ଘୁରି ବୁଲିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ମୁତାବକ ଉତ୍ତରପ୍ରଦେଶର ବାରଙ୍କୀ ଅଞ୍ଚଳରେ ଶୁକ୍ରବାର ଏହି ଘଟଣା ଘଟିଥିଲା । ସ୍ଥାନୀୟ ଏସ୍‌ପି ଆଶୁତୋଷ ମିଶ୍ରାଙ୍କ କହିବା ମୁତାବକ ଯୁବତୀ (ଆଶିଫା) ଜଣଙ୍କର ନିଜ ଗାଁର ଚାନ୍ଦ ବାବୁ ସହିତ ପ୍ରେମ ସମ୍ପର୍କ ଥିଲ । କିଛି ଦିନ ତଳେ ଯୁବତୀ ଜଣକ ପ୍ରେମିକ ସହିତ ଗାଁ ଛାଡ଼ି ଚାଲିଯାଇଥିଲା । ଯାହା ପରେ ପୋଲିସ ପାଖରେ ଏତଲା ଦିଆଯାଇଥିଲା । ପୋଲିସ ମାମଲାରେ କାର୍ଯ୍ୟାନୁଷ୍ଠନ ନେଇ ଚାନ୍ଦ ବାବୁକୁ ଗିରଫ କରି ଜେଲ୍‌କୁ ପଠାଇ ଦେଇଥିଲା । ଶୁକ୍ରବାର ଏହି ଘଟଣାକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା । ଏହି ସମୟରେ ରାଗ ଜରଜର ହୋଇ ଭାଇ ଏକ ଧାରୁଆ ଚାପଡ଼ରେ ଦିନ ୧୧ଟା ସମୟରେ ଆଶିଫାର ମୁଣ୍ଡକୁ କାଟି ଶରୀରରୁ ଅଲଗା କରି ଦେଇଥିଲା ।

ପଡୋଶୀଙ୍କ କହିବାନୁସାରେ, ରିୟାଜ ଶୁକ୍ରବାର ସକାଳେ ତାର ଭଉଣୀ ଆଶିଫାଙ୍କ ସହ ବିବାଦ କରି ଘରୁ ବାହାରକୁ ଯାଇଥିଲେ । ତା’ପରେ ଫେରି ଆସି ଆଶିଫାଙ୍କୁ ପୋଷାକ ଧୋଇବାକୁ କହିଲା, ଆଶିଫା ପାଣି ଭରିବା ଆରମ୍ଭ କଲା । ଏହି ସମୟରେ ରିୟାଜ ପଛରୁ ଆସି ଭଉଣୀକୁ ଚାପଡ଼ରେ ଆଗାତ କରିଥିଲା । ଆଶିଫା ବେକ କଟିଯିବା ପର୍ଯ୍ୟନ୍ତ ରିୟାଜ ହାଣିବା ଜାରି ରଖିଥିଲା ।
ଏହାପରେ ସେ କଟା ମୁଣ୍ଡକୁ ହାତରେ ଧରି ଏବଂ ଥାନା ଅଭିମୁଖେ ଯିବାକୁ ଲାଗିଲା । ଆଖପାଖ ଲୋକେ ଯେତେବେଳେ ରିଆଜକୁ କଟା ମୁଣ୍ଡ ହାତରେ ଧରି ଯିବାର ଦେଖିଥିଲେ ସମସ୍ତଙ୍କୁ ରୁମ ଟାଙ୍କୁରି ଉଠିଥିଲା । ସେମାନେ ତୁରନ୍ତ ପୋଲିସକୁ ସୂଚନା ଦଇଥିଲେ । ଏହି ମାମାଲରେ ପୋଲିସ ରିଆଜକୁ ଗିରଫ କରି ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

 

Get real time updates directly on you device, subscribe now.