ପୁଣି ଓଡ଼ିଶାକୁ ଅଣଦେଖା କଲା କେନ୍ଦ୍ର, ଦରଦାମ୍ ନିୟନ୍ତ୍ରଣ ବାହାରେ ଥିବା କହିଲେ ନବୀନ
ବଜେଟକୁ ମାଝୀ କଲେ ପ୍ରଶଂସା । ଏକ୍ସରେ ବିରୋଧୀ ଦଳ ନେତା ନବୀନ କଲେ ନିନ୍ଦା ।
ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସଂସଦରେ ଉପସ୍ଥାପିତ ବଜେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ଦେଶର ଯୁବପିଢ଼ି ଚାକିରି ପାଉ ନାହାନ୍ତି । ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି ।
ଏଥିସହ ଦରଦାମ୍ ନିୟନ୍ତ୍ରଣ ବାହାରେ ଥିବା ନବୀନ କହିଛନ୍ତି । ଚଳିତ ବଜେଟରେ ଏହି ଦୁଇଟି ବଡ଼ ଚ୍ୟାଲେଞ୍ଜକୁ ଦୃଷ୍ଟି ଦିଆଯାଇ ନାହିଁ ।
ଚଳିତ ବଜେଟରେ କେନ୍ଦ୍ର ସରକାର ଓଡ଼ିଶାକୁ ଅଣଦେଖା କରିଥିବା କହିଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବାରମ୍ବାର ଦାବି କରାଯାଉଥିଲେ ସୁଦ୍ଧା କେନ୍ଦ୍ର ସରକାର ଏହାକୁ ଅଣଦେଖା କରିଆସୁଛନ୍ତି ।
ମୁଖ୍ୟମନ୍ତ୍ରୀ କିନ୍ତୁ ଚଳିତ ବଜେଟକୁ ପ୍ରଶଂସା କରିଛନ୍ତି । ମୋହନ ମାଝୀ କହିଛନ୍ତି, ଏହି ବଜେଟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ନୂତନ ସୁଯୋଗ ସହ ଆତ୍ମନିର୍ଭର କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଦେଶର ମୋଟ ୧୦୦ଟି ଖାଇବା ତେଲରେ ଭାରତକୁ ଆତ୍ମନିର୍ଭର କରିବା ନିମନ୍ତେ ଆରମ୍ଭ ହେବ ୬ ବର୍ଷିଅେ ସ୍ୱତନ୍ତ୍ର ଯୋଜନା ।