fbpx

OCS-୨୦୨୩ ପ୍ରିଲିମ୍ସ: ଅକ୍ଟୋବର ୧୪ ସୁଦ୍ଧା ସ୍କ୍ରାଇବ୍ ଡିଟେଲ୍ଟ ପଠାଇବାକୁ ସୂଚନା ଜାରି କଲା ଓପିଏସସି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ ସର୍ଭିସେସ ପ୍ରିଲିମିନାରୀ ପରୀକ୍ଷା-୨୦୨୩କୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଯେଉଁ ପିଡବ୍ଲ୍ୟୁଡି ପ୍ରାର୍ଥୀମାନେ ପ୍ରିଲିମ୍ସରେ ସ୍କ୍ରାଇବର ସହାୟତା ନେବାକୁ ଆଶାୟୀ ସେମାନଙ୍କ ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଏକ ଜରୁରୀ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା କିଛି ପ୍ରାର୍ଥୀ ସେମାନଙ୍କର ସ୍କ୍ରାଇବ୍ ଡିଟେଲ୍ସ ପଠାଇ ନାହାନ୍ତି । ତେଣୁ ଯେଉଁ ପ୍ରାର୍ଥୀମାନେ ପଠାଇ ନାହାନ୍ତି ସେମାନେ ଅକ୍ଟୋବର ୧୪ ତାରିଖ ସୁଦ୍ଧା ପଠାଇବାକୁ କୁହାଯାଇଛି । ଯେଉଁ ପ୍ରାର୍ଥମାନେ ପୂର୍ବରୁ ପଠାଇ ସାରିଥିବେ ସେମାନେ ଆଉ ଥରେ ପଠାଇବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ଇ-ମେଲ ଜରିଆରେ ସ୍କ୍ରାଇବ୍ ଡିଟେଲ୍ଟ ପଠାଇବେ । ସୂଚନାଯୋଗ୍ୟ ଏହା ପୂର୍ବରୁ ସ୍କ୍ରାଇବ ଦାଖଲ ପାଇଁ ନୋଟିସ ଜାରି ହୋଇଥିବା ବେଳେ ଏହା ଦ୍ୱିତୀୟ ଥର ପାଇଁ ଜାରି କରାଯାଇଛି ।

 

Get real time updates directly on you device, subscribe now.