fbpx
BSKY
BJD YOUTH SKY
BJD MS SKY

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ପୂରଣ ହେବ ୫୮୦ଟି ପଦ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ୫୮୦ଟି ପଦ ପୂରଣ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ୟୁଆର ପ୍ରାର୍ଥୀଙ୍କ ପାଇଁ ୩୨୬ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୭୭ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୧୩୭ଟି ଓ ଅନୂସଚିତ ଜନଜାତି (ଏସଟି)ଙ୍କ ପାଇଁ ୪୦ଟି ପଦ ଖାଲି ରହିଛି ।

ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ୨୦୨୧ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ବୟସ ହିସାବକୁ ନିଆଯିବ । ବୟସ କୋହଳ ନିୟମ ଅନୁଯାୟୀ ନିର୍ଦ୍ଧାରଣ କରାଯିବ । ଏସଇବିସି, ଏସସି ଓ ଏସଟି ପ୍ରାର୍ଥୀଙ୍କ କ୍ଷେତ୍ରରେ ବୟସ ୫ ବର୍ଷ କୋହଳ କରାଯିବ । ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ସିଭିଲ) ପଦ ପାଇଁ ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ପାସ୍ ରହିଥିବା ଆବଶ୍ୟକ ।

ସେହିପରି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ମେକାନିକାଲ) ପଦ ପାଇଁ ପ୍ରାର୍ଥୀ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ । ଗ୍ରାଜୁଏଟ ଆପ୍ଟିଟ୍ୟୁଡ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ) ସ୍କୋର ଓ ଇଣ୍ଟରଭ୍ୟୁ ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷା ଲେଖିବା, ପଢ଼ିବା ଓ କହିବା ଜାଣିଥିବେ । ଜାନୁଆରୀ ମାସ ୧୨ ତାରିଖରୁ ଫେବୃଆରୀ ୧୨ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲିବ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.