fbpx

OPSC ନିଯୁକ୍ତି ୨୦୨୩: ଫରେଷ୍ଟ ରେଞ୍ଜର ଏବଂ ୧୭୬ ACF ପୋଷ୍ଟ ପାଇଁ ମେ’ ୨୯ରୁ ହେବ ଆବେଦନ

ଭୁବନେଶ୍ୱର: OPSC ଫରେଷ୍ଟ ରେଞ୍ଜର ଏବଂ ACF ନିଯୁକ୍ତି ୨୦୨୩ ପାଇଁ ଅଫିସିଆଲ ୱେବସାଇଟରେ ବିଜ୍ଞାପନ ପ୍ରକାଶ ପାଇଛି। ଏଥିରେ ଫରେଷ୍ଟ ରେଞ୍ଜର ଏବଂ ACF ୧୭୬ ଖାଲି ପଦବୀ ବିଷୟରେ ପ୍ରକାଶ କରିଛି। ତେବେ ଏଥିରେ ଆବେଦନ ପାଇଁ ଲିଙ୍କ୍, ୨୯ମଇ ୨୦୨୩ରୁ ୨୯ ଜୁନ୍ 2023 ପର୍ଯ୍ୟନ୍ତ ଉପଲବ୍ଧ ହେବ। ପ୍ରାର୍ଥୀମାନେ ଯୋଗ୍ୟତା ମାନଦଣ୍ଡର ବିବରଣୀ ଏବଂ OPSC ଫରେଷ୍ଟ ରେଞ୍ଜର ଏବଂ ACF ୨୦୨୩ ପାଇଁ ଆବେଦନ ଫର୍ମ ଯାଞ୍ଚ କରିପାରିବେ। ତେବେ ଏଥିପାଇଁ ଆବେଦନ କରିବାର ଆରମ୍ଭ ତାରିଖ ହେଉଛି ୨୯ ମଇ ୨୦୨୩।

OPSC ଫରେଷ୍ଟ ରେଞ୍ଜର ଏବଂ ACF ନିଯୁକ୍ତି ୨୦୨୩ ର ମୋଟ ଖାଲି ପଦବୀ ଯାଞ୍ଚ କରିବାକୁ ପ୍ରାର୍ଥୀମାନେ ନିମ୍ନ ଟେବୁଲ ଦେଇ ଯିବା ଆବଶ୍ୟକ। OPSC ଫରେଷ୍ଟ ରେଞ୍ଜର ଏବଂ ACF ପଦ ପାଇଁ ୧୭୬ ଟି ପଦବୀ ଖାଲି ରହିଛି।

category       Forest Ranger             ACF
 UR  105  26
 SEBC  10 01
SC 11 07
ST  05 11
Total  131 45

ଏଥିପାଇଁ ଜଣେ ପ୍ରାର୍ଥୀ ନିଶ୍ଚିତ ଭାବରେ ଭାରତର ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବାବେଳେ ବଟାନି, ରସାୟନ ବିଜ୍ଞାନ, ଭୂବିଜ୍ଞାନ, ଗଣିତ, ପଦାର୍ଥ ବିଜ୍ଞାନ, ପରିସଂଖ୍ୟାନ, ପ୍ରାଣୀ ଚିକିତ୍ସା ବିଜ୍ଞାନ, ଏବଂ ପଶୁପାଳନ ଏବଂ ପ୍ରାଣୀ ବିଜ୍ଞାନ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। କୃଷି, ବନବିଭାଗ କିମ୍ବା ଇଞ୍ଜିନିୟରିଂ ମଧ୍ୟ କରିଥିଲେ ଏଥିରେ ଆବେଦନ କରିପାରିବେ।

ଏଥିରେ ଅବେଦନ କରିଥିବା ପ୍ରାର୍ଥୀମାନେ ଲିଖିତ ଯୋଗ୍ୟତା ପାସ୍ କରିବା ପରେ ସେମାନଙ୍କର ଶାରୀରିକ ଯୋଗ୍ୟତା ପରୀକ୍ଷା କରାଯିବ । ଏଥିରେ ମହିଳା ମାନଙ୍କ ଉଚ୍ଚତା ୧୫୦ ସେମି ଥିବା ସହ ଛାତି ୭୯ ସେମି ରହିବା ଆବଶ୍ୟକ । ସେହିପରି ପୁରୁଷ ମାନଙ୍କ ଉଚ୍ଚତା ୧୬୩ ସେମି ସହ ଛାତି ୮୪ ସେମି ରହିବା ଆବଶ୍ୟକ । ଏଥିସହ ଦୌଡ ଯୋଗ୍ୟତା ମଧ୍ୟ ରହୁଛି । ମହିଳାମାନେ ୪ ଘଣ୍ଟାରେ ୧୬ କିମି ଦୌଡି ପାରୁଥିବା ବେଳେ ପୁରୁଷମାନେ ୪ ଘଣ୍ଟାରେ ୨୫ କିମି ଦୌଡି ପାରୁଥିବା ଆବଶ୍ୟକ ।

ଓପିଏସସି ୨୦୨୩ରେ ବୟସ ସୀମା ସର୍ବନିମ୍ନ ୨୧ ରହିଛି ଏବଂ ସେ ୨୦୨୩ ବର୍ଷ ସୁଦ୍ଧା ୩୮ ବର୍ଷରୁ ଅଧିକ ହୋଇ ନଥିବେ । GA ଏବଂ PG ବିଭାଗ ବିଜ୍ଞପ୍ତି ନଂ 9897 / Gen.dt.11.04.2022 ଅନୁଯାୟୀ ସମସ୍ତ ବର୍ଗର ପ୍ରାର୍ଥୀଙ୍କ ପାଇଁ ପରୀକ୍ଷା ଫି ଛାଡ କରାଯାଇଛି। ଏହି ପରୀକ୍ଷାରେ ଲିଖତ ୧୪୦୦ ମାର୍କର ଥିବା ବେଳେ ଭାଇଭା ଭଏସ ଟେଷ୍ଟରେ ୨୦୦ ମାର୍କର ରହିଛି। ଆବେଦନ ବିଷୟରେ ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ opsc.gov.in କୁ ଯାଇ ଜାଣିପାରିବେ।

Get real time updates directly on you device, subscribe now.